Advertisment

ଟି-୨୦ ବିଶ୍ୱକପ୍: ବାଂଲାଦେଶକୁ ହରାଇ ସେମିରେ ଆଫଗାନିସ୍ତାନ

ବାଂଲାଦେଶକୁ ୮ ରନରେ ପରାସ୍ତ କରି ସେମିରେ ଆଫଗାନିସ୍ତାନ।

ଅଦ୍ୟତନ ହୋଇଛି
Afghanistan Players

Afghanistan Players

Advertisment

ଟି-୨୦ ବିଶ୍ୱକପ୍ ମୁକାବିଲାରେ ସମସ୍ତଙ୍କୁ ଚମକାଇ ଦେଇଛି ଆଫଗାନିସ୍ତାନ। ପ୍ରଥମେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚର୍ଚ୍ଚାରେ ଥିବା ଏହି ଟିମ୍ ଏବେ ବାଂଲାଦେଶକୁ ମାତ୍ ଦେଇ ସେମିରେ ପ୍ରବେଶ କରିଛି। ଆସନ୍ତା ୨୭ରେ ସେମିଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Advertisment

ସେଣ୍ଟ ଭିନସେଣ୍ଟର ଆର୍ନୋସ ଭାଲେ ଗ୍ରାଉଣ୍ଡରେ ଖେଳା ଯାଇଥିବା ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରିଥିଲା ଆଫଗାନିସ୍ତାନ। ଦଳ ପକ୍ଷରୁ ରହମାନଉଲ୍ଲା ଗୁରବାଜ୍ ୪୩ ରନ କରିଥିବା ବେଳେ ଇବ୍ରାହିମ୍ ୧୮ ଓ ରସିଦ୍ ଖାନ୍ ୧୯ ରନ୍ କରିଥିଲେ। 

ବର୍ଷା କାରଣରୁ ଡିଏଲ୍ ମେଥଡ୍ ଅନୁସାରେ ବିଜୟ ପାଇଁ ୧୯ ଓଭରରେ ୧୧୪ ରନ୍ ବିଜୟ ଲକ୍ଷ୍ୟ ରଖା ଯାଇଥିଲା। ବାଂଲାଦେଶ ପକ୍ଷରୁ ଲିଟନ ଦାସଙ୍କ ମୂଲ୍ୟବାନ ଯୋଗଦାନ ସତ୍ତ୍ୱେ ଦଳକୁ ଆଫଗାନିସ୍ତାନଠାରୁ ୮ ରନରେ ପରାସ୍ତ ହେବାକୁ ପଡିଛି। 

Advertisment

ଲିଟନ ଦାସ ଅପରାଜିତ ରହି ୫୪(୪୯) ରନ୍ କରିଥିବା ବେଳେ ତୋହ୍ୱିଦ ହ୍ରିଦୟ ୧୪(୯) ଏବଂ ସୌମ୍ୟ ସରକାର ୧୦(୧୦) ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ୧୭.୫ ଓଭରରେ ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ବାଂଲାଦେଶ। ଫଳରେ ୮ ରନରେ ଏହି ମ୍ୟାଚକୁ ଜିତି ନେଇଛି ଆଫଗାନିସ୍ତାନ।

T20 World Cup ICC World Cup AFG Vs Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe