Advertisment

ଟି-୨୦ ବିଶ୍ୱକପ୍: ଆଜି ଇଣ୍ଡିଆ-ଇଂଲଣ୍ଡ ସେମିଫାଇନାଲ୍, ବର୍ଷା ହେଲେ ବିଦା ହେବ...

ଦକ୍ଷିଣ ଆମେରିକାର ଗୁୟାନାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ସେଠାରେ ବର୍ଷା ହେବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
England & India Captain

England & India Captain

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଉ ଏକ କଡ଼ା ମୁକାବିଲା ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆମେରିକାର ଗୁୟାନାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ସେଠାରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଆଜିର ମ୍ୟାଚରେ ବର୍ଷା ହୁଏ ତେବେ କେଉଁ ଟିମର ପଲ୍ଲା ଭାରି ରହିବ, ଜାଣନ୍ତୁ...

Advertisment

Accuweather(ଆକ୍ୟୁୱେଦର୍) ରିପୋର୍ଟ ଅନୁସାରେ, ଜୁନ୍ ୨୬ରେ ଗୁୟାନାରେ ବର୍ଷା ହେବାର ସମ୍ଭାବନା ଅଛି। ଏପରିକି ସକାଳୁ ମଧ୍ୟ ସ୍ଥାନୀୟ ସମୟ ୯:୦୦ AM (୬:୩୦ PM IST) ପରେ ବର୍ଷା ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟାହ୍ନ ପରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇପାରେ।

ଯଦି ଆମେ ମ୍ୟାଚ୍ କଥା ଦେଖିବା, ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦୁଇଟି ସେମିଫାଇନାଲ ପାଇଁ କୌଣସି ଗୋଟିଏ ରିଜର୍ଭ ଡେ ରଖିନାହିଁ। ବର୍ଷା ପରିସ୍ଥିତିରେ ମ୍ୟାଚ୍ ସମ୍ପୂର୍ଣ୍ଣ କରିବା ପାଇଁ ୪ ଘଣ୍ଟାର ଅତିରିକ୍ତ ସମୟ ରଖାଯାଇଛି। ଯଦି ଏଥିରେ ରେଜଲ୍ଟ ଫାଇନାଲ୍ ନ ହୁଏ, ତେବେ ଦୁଇ ଦଳ ମଧ୍ୟରେ ୧୦ ଓଭରର ମୁକାବିଲା ହେବ। 

Advertisment

ଯଦି ଶେଷ ବିକଳ୍ପ ମଧ୍ୟ ବିଫଳ ହୁଏ ତେବେ ମ୍ୟାଚ୍ ବାତିଲ୍ ହୋଇଯିବ। ଏପରି କ୍ଷେତ୍ରରେ ଦୁଇ ଦଳ ଗ୍ରୁପ୍ ପର୍ଯ୍ୟାୟରେ ହାସଲ କରିଥିବା ଫଳାଫଳକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ଯଦି ଗ୍ରୁପ୍ ପର୍ଯ୍ୟାୟ ପ୍ରଦର୍ଶନ କଥା ଦେଖିବା, ତେବେ ସେମି ମୁକାବିଲାକୁ ବର୍ଷା ଧୋଇନେଲେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡର ଫାଇନାଲ ଖେଳିବା ଆଶା ଧୂଳିସାତ୍ ହୋଇଯିବ। ଫାଇନାଲ୍ ଫାଇଟରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମୁକାବିଲା ହେବ। 

T20 World Cup ICC WC IND Vs ENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe