Advertisment

ଟି-୨୦ ବିଶ୍ୱକପ୍: ୱେଷ୍ଟ ଇଣ୍ଡିଜକୁ ହରାଇ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

ବର୍ଷା ହେବା ପରେ ଡିଏଲ ମେଥଡରେ ଖେଳା ଯାଇଥିଲା ମ୍ୟାଚ୍।

author-image
Debibandita Barick
ଅଦ୍ୟତନ ହୋଇଛି
SA Players

SA Players

ଟି-୨୦ ବିଶ୍ୱକପ ମୁକାବିଲାର ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ୱେଷ୍ଟ ଇଣ୍ଡିଜକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଟିମ୍। ବର୍ଷା କାରଣରୁ ଡିଏଲ ମେଥଡରେ ଖେଳା ଯାଇଥିଲା ମ୍ୟାଚ୍, ଯାହାକୁ ୩ ୱିକେଟରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା।

Advertisment

ଆଣ୍ଟିଗୁଆର ସାର୍ ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା ୱେଷ୍ଟ ଇଣ୍ଡିଜ୍। କିନ୍ତୁ ବର୍ଷା ବାଧକ ସାଜିବାରୁ ଡିଏଲ୍ ମେଥଡ୍ ଅନୁସାରେ ସାଉଥ୍ ଆଫ୍ରିକା ପାଇଁ ୧୭ ଓଭରରେ ବିଜୟ ଲକ୍ଷ ୧୨୩ ରଖା ଯାଇଥିଲା।

ସ୍ୱଳ୍ପ ବିଜୟ ଲକ୍ଷ୍ୟ ଥିଲେ ମଧ୍ୟ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ସମସ୍ୟାରେ ପକାଇ ଦେଇଥିଲେ ଇଣ୍ଡିଜ ବ୍ୟାଟର୍। ଦଳ ମାତ୍ର ୧୪ ରନରେ ରୀଜା ହେଣ୍ଡ୍ରିକ୍ସ ଓ କ୍ୱିଣ୍ଟନ ଡି କକଙ୍କ ମୂଲ୍ୟବାନ ୱିକେଟ୍ ହରାଇ ସଙ୍କଟରେ ପଡ଼ି ଯାଇଥିଲା। ଏହା ପରେ ଅନ୍ୟ ବ୍ୟାଟରମାନେ ମ୍ୟାଚକୁ ଆଗେଇ ନେଇଥିଲେ। 

Advertisment

ଶେଷ ଦୁଇ ଓଭର୍ ମ୍ୟାଚରେ ଭରିଥିଲା ରୋମାଞ୍ଚ। ସାଉଥ ଆଫ୍ରିକାକୁ ୨ ଓଭରରେ ୧୩ ରନ୍ ଆବଶ୍ୟକ ଥିବାବେଳେ କେଶବ ମହାରାଜଙ୍କୁ ଆଉଟ୍ କରାଇ ନେଇଥିଲେ ରାଷ୍ଟନ ଚେସ। ଏହାପରେ ଇଣ୍ଡିଜ ପକ୍ଷକୁ ଢଳି ଯାଇଥିଲା ମ୍ୟାଚ୍।

ଏକ ସମୟରେ ଇଣ୍ଡିଜ ଏହି ଜିତି ନେଇପାରେ ବୋଲି ଆକଳନ କରା ଯାଉଥିଲା। କିନ୍ତୁ କେଶବଙ୍କ ପରେ ମାର୍କୋ ଜନସନଙ୍କ ସାଥ୍ ଦେଇଥିଲେ କାଗିସୋ ରାବାଡା। ଉଭୟ ସତର୍କତାର ସହ ପାଳି ଖେଳି ମ୍ୟାଚକୁ ବିଜୟ ଭେଟି ଦେଇଛନ୍ତି। ଜନସନ ଓ ରାବାଡା ଅପରାଜିତ ରହି ଯଥାକ୍ରମେ ୨୧(୧୪) ଓ ୫(୩) ରନ୍ ସଂଗ୍ରହ କରିଥିଲେ। 

T20 World Cup ICC World Cup