ଟି-୨୦ ବିଶ୍ୱକପ୍‌: ସେମିଫାଇନାଲରେ ଭାରତର ଏଣ୍ଟ୍ରି

ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ।

ମ୍ୟାଚ୍‌ ବେଳର ଦୃଶ୍ୟ

  • Published: Sunday, 23 June 2024
  • , Updated: 23 June 2024, 08:06 AM IST

ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ। ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନର ବଡ଼ ବ୍ୟବଧାନରେ ହରାଇ ଭାରତ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଯଶପ୍ରୀତ୍ ବୁମରାଙ୍କ ଘାତକ ବୋଲିଂ ଓ କୁଲଦୀପ ୟାଦବଙ୍କ ଚମତ୍କାର ସ୍ପିନ୍ ବଳରେ ଭାରତ ସହଜ ବଜୟ ହାସଲ କରିଛି। ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା।

ବାଂଲାଦେଶ ୫୦ ରନରେ ପରାସ୍ତ ହୋଇଛି। କୁଲଦୀପ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ପୂର୍ବରୁ ଆଫଗାନିସ୍ତାନକୁ ହରାଇଥିବାରୁ ଅପରାଜିତ ଭାରତ ସେମିଫାଇନାଲ୍ ଖେଳିବା ନିଶ୍ଚିତ କରିଛି।

ଭାରତ ଓ ଅଷ୍ଟ୍ରେଲିଆ ସୁପର୍ -୮ ଗ୍ରୁପ୍-୧ର ପଏଣ୍ଟ୍ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ରହିଛି। ବାଂଲାଦେଶ କିନ୍ତୁ ୨ ମ୍ୟାଚ୍ ହାରିସାରିଥିବାରୁ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।

Related story