Advertisment

ଟି-୨୦ ବିଶ୍ୱକପ୍‌: ସୁପର୍‌-୮ରେ ବାଂଲାଦେଶକୁ ଭେଟିବ ଭାରତ

ଆଜିର ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ।

IND Vs Ban

IND Vs Ban

Advertisment

ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ଲଢ଼େଇ । ଆଣ୍ଟିଗୁଆରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍। ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ।

Advertisment

ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା ଭାରତ। ଆଜି ଟି-୨୦ ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବା। ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଭାରତ।

ପରେ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା ପୂର୍ବରୁ ରୋହିତ-ବିରାଟ ଜଲୱା ଦେଖିବାକୁ ମିଳିପାରେ। ଏତେଟା ଫର୍ମରେ ନଥିବା ଏହି ଯୋଡି ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

Advertisment
T20 World Cup 2024 India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe