Advertisment

ଟି-୨୦ ଫାଇଟ୍‌, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଚଳିତ ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ସହଜ ବିଜୟ ପରେ ଏବେ ନଜର ପାକିସ୍ତାନ ଉପରେ।

ଅଦ୍ୟତନ ହୋଇଛି
india-vs-pakistan

india-vs-pakistan

Advertisment

ଆଜି ସୁପର ସଣ୍ଡେରେ ସୁପର୍‌ ମୁକାବିଲା। ଟି-୨୦ ବିଶ୍ୱକପରେ ଆଜି ଖେଳାଯିବ ସବୁଠୁ ବଡ଼ ମ୍ୟାଚ୍‌। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ଏଥିପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି। ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି।

Advertisment

ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି। ଚଳିତ ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ସହଜ ବିଜୟ ପରେ ଏବେ ନଜର ପାକିସ୍ତାନ ଉପରେ। ସେପଟେ ନୂଆ ଦଳ ଆମେରିକାଠୁ ସୁପର୍‌ ଓଭରରେ ହାରି ବଡ଼ ବିପର୍ଯ୍ୟୟ ଭୋଗିଛି ପାକିସ୍ତାନ। ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ସୁପର୍ ଓଭରରେ ପାକିସ୍ତାନକୁ ପରାସ୍ତ କରିଛି ଆମେରିକା।

ଆଜି ଭାରତକୁ ସାମ୍ନା କରିବାକୁ ଯାଉଛି ପାକିସ୍ତାନ। ସେପଟେ ଗୋଟିଏ ମ୍ୟାଚ୍ ଜିତିଥିବାରୁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ଆୟର୍ଲାଣ୍ଡ ବିପକ୍ଷରେ ଓପନିଂ କରିଥିବା ରୋହିତ ଶର୍ମା ଓ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଓପନିଂ କରିବେ ବୋଲି ସୂଚନା ମଳିଛି।

Advertisment

ଟି-୨୦ ବିଶ୍ୱକପ ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି। ଉଭୟ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ଟି ଜିତିଥିବା ବେଳେ ପାକିସ୍ତାନ ଥରେ ଭାରତକୁ ପରାସ୍ତ କରିଛି।

ICC Mens T20 World Cup India Vs Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe