Advertisment

ଟି-୨୦ ବିଶ୍ୱକପ: ଏହି ତାରିଖରେ ଭାରତ-ପାକିସ୍ତାନ ମୁକାବିଲା!

ଭାରତ ତା’ର ଟି-୨୦ ବିଶ୍ୱକପ ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ପାକିସ୍ତାନ ମ୍ୟାଚ୍‌ର ୪ ଦିନ ପୂର୍ବରୁ ଭାରତ ଟି-୨୦ ବିଶ୍ୱକପରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ।

INDIA

INDIA

Advertisment

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ନ୍ୟୁୟର୍କରେ ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢ଼େଇ ହେବ। ଜୁନ ୯ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Advertisment

ସେହିପରି ଭାରତ ତା’ର ଟି-୨୦ ବିଶ୍ୱକପ ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ପାକିସ୍ତାନ ମ୍ୟାଚ୍‌ର ୪ ଦିନ ପୂର୍ବରୁ ଭାରତ ଟି-୨୦ ବିଶ୍ୱକପରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ।

ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିବା ଲକ୍ଷ୍ୟରେ ଥିବା ଭାରତ ତା’ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଗୁଡ଼ିକ ଆମେରିକାରେ ଖେଳିବ। ଯଦି ଦଳ ସୁପର ୮କୁ ଯୋଗ୍ୟତା ଅର୍ଜନ କରିବ, ତା’ହଲେ ୱେଷ୍ଟଇଣ୍ଡିଜରେ ସବୁ ମ୍ୟାଚ୍‌ ଖେଳିବ ବୋଲି ଆଇସିସି ସୂତ୍ରରୁ ଜଣାପଡ଼ିଛି।

Advertisment

ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ। ସେହିପରି ୧୨ ତାରିଖରେ ଭାରତର ଲଢ଼େଇ ଆୟୋଜକ ଆମେରିକା ସହ ହେବ। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଭାରତ ଫ୍ଲୋରିଡାରେ ଖେଳିବ। ଦଳ ସାମ୍ନାରେ ରହିବ କାନାଡା। ଏହି ମ୍ୟାଚ୍‌ଟି ଜୁନ ୧୫ରେ ଅନୁଷ୍ଠିତ ହେବ।

ଭାରତ ଯଦି ସୁପର ୮କୁ ଯୋଗ୍ୟତା ଅର୍ଜନ କରିବ, ତା’ହେଲେ ଉକ୍ତ ରାଉଣ୍ଡର ପ୍ରଥମ ମ୍ୟାଚ୍‌ ଦଳ ଜୁନ ୨୦ରେ ଖେଳିବ। ବାରବାଡୋସରେ ଏହା ଅନୁଷ୍ଠିତ ହେବ। ସେହିପରି ବାରବାଡୋସରେ ହିଁ ଟି-୨୦ ବିଶ୍ୱକପ ଫାଇନାଲ ଜୁନ ୨୯ରେ ଖେଳାଯିବାର ଅଛି।

ଆମେରିକା କିମ୍ବା ୱେଷ୍ଟଇଣ୍ଡିଜ୍‌ ୨୦୨୨ ଟି-୨୦ ବିଶ୍ୱକପ ସୁପର ୧୨ରେ ନଥିଲେ। କିନ୍ତୁ ୨୦୨୪ ବିଶ୍ୱକପ ଆୟୋଜନ କରୁଥିବାରୁ ଉଭୟ ଦଳକୁ ସିଧାସଳଖ ସୁପର ୧୨ରେ ସ୍ଥାନ ମିଳିଛି। ଏହାବାଦ ଆଉ ଦୁଇଟି ଦଳ ଭାବେ ବାଂଲାଦେଶ ଓ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପ ସୁପର ୧୨ରେ ସ୍ଥାନ ପାଇଛନ୍ତି।

ଏହି ଦୁଳ ଦଳ ନିଜ ନିଜ ଗ୍ରୁପର ଟପ ୪ରେ ନଥିଲେ। କିନ୍ତୁ ସୁପର ୧୨ରେ ସ୍ଥାନ ପାଇଥିବା କିଛି ଦଳ ଗୁଡ଼ିକ ତୁଳନାରେ ବାଂଲାଦେଶ ଓ ଆଫଗାନିସ୍ତାନର ଆଇସିସି ରାଙ୍କିଙ୍ଗ ଭଲ ରହିଛି। ବାଂଲାଦେଶ ଟପ ୧୦ ଓ ଆଫଗାନିସ୍ତାନ ୯ନଂରେ ରହିଛି। ତେଣୁ ସେହି ରାଙ୍କିଙ୍ଗ ଆଧାରରେ ଉଭୟ ଦଳ ସୁପର ୧୨ ଟିକେଟ ହାତେଇଛନ୍ତି।

୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ଏବେ ୧୨ଟି ଟିମ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ବାକି ୮ଟି ଟିମକୁ ଆଫ୍ରିକା, ଏସିଆ ଓ ୟୁରୋପରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପରେ ଚୟନ କରାଯାଇଛି

ICC T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe