Advertisment

ଟି-୨୦ ବିଶ୍ୱକପ୍‌: ବାଂଲାଦେଶକୁ ମାତ୍ର ୪ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା

ଆଜି ଟି-୨୦ ବିଶ୍ୱକପରେ ପାକିସ୍ତାନ-କାନାଡା ମଧ୍ୟରେ ମୁକାବିଲା ହେବ।

author-image
Madhupriya Mistry
sa-vs-ban

sa-vs-ban

ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଜାରି ରଖିଛି ଦକ୍ଷିଣ ଆଫ୍ରିକା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୪ ରନରେ ହରାଇ ଦେଇଛି। ଟସ୍ ଜିତି ସାଉଥ୍ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ କରିଥିଲା ୧୧୩ ରନ୍। ଏହାର ଜବାବରେ ବାଂଲାଦେଶ ୭ ୱିକେଟ ହରାଇ ୨୦ ଓଭରରେ ୧୦୯ ରନ୍ କରିପାରିଥିଲା।

Advertisment

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପାୱାର ପ୍ଲେରେ ୪ ୱିକେଟ୍ ହରାଇ ମାତ୍ର ୨୫ ରନ୍ କରିପାରିଥିଲା। ସେପଟେ କଠିନ ପିଚ୍ ଓ ପ୍ରତିକୂଳ ପାଗର ଫାଇଦା ଉଠାଇ ବାଂଲା ବୋଲରମାନେ ଶାଣିତ ବୋଲିଂ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ପ୍ରଥମ ୪ଜଣ ଖେଳାଳିଙ୍କ ମଧ୍ୟରୁ ୨ଜଣ ଖାତା ଖୋଲି ପାରି ନଥିଲେ।

ପରେ ହେନରିକ୍ କ୍ଲାସେନ୍‌ ୪୬ ଏବଂ ଡେଭିଡ୍ ମିଲର ୨୯ ରନ୍‌ କରିଥିଲେ। ଓଭର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ଓ୍ୱିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ବାଂଲାଦେଶ ପକ୍ଷରୁ ତଂଜିମ ହାସନ ସକିବ ତିନିଟି ଓ ତସକିନ୍ ଅହମ୍ମଦ ଦୁଇଟି ୱିକେଟ୍ ନେଇଥିଲେ।

Advertisment

ଏଥିସହ ଟି-୨୦ ବିଶ୍ୱକପ୍‌ ଇତିହାସରେ ସବୁଠାରୁ କମ୍ ରନ୍ (୧୧୩)ର ପାଳିକୁ ସୁରକ୍ଷିତ ରଖି ଜିତିବାରେ ରେକର୍ଡ କରିଛି ଦକ୍ଷିଣ ଆଫ୍ରିକା। କେବଳ ସେତିକି ନୁହେଁ କ୍ରମାଗତ ତିନୋଟି ମ୍ୟାଚ୍‌ ଜିତି ପ୍ରଥମ ଦଳ ଭାବେ ଟି-୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସୁପର୍‌-୮ରେ ପ୍ରବେଶ କରିଛି। ଆଜି ଟି-୨୦ ବିଶ୍ୱକପରେ ପାକିସ୍ତାନ-କାନାଡା ମଧ୍ୟରେ ମୁକାବିଲା ହେବ।..

T20 World Cup 2024 SouthAfrica Vs Bangladesh