ଟି-୨୦ ବିଶ୍ୱକପ୍‌: ସେମିରେ ଟିମ୍‌ ଇଣ୍ଡିଆ

ସେମି-ଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବେ। ଆସନ୍ତା ୨୭ ତାରିଖରେ ଏହି ମ୍ୟାଚ ଖେଲାଯିବ।

ଭାରତୀୟ କ୍ରିକେଟ୍‌ ଟିମ୍‌ ଖେଳାଳି

  • Published: Tuesday, 25 June 2024
  • , Updated: 25 June 2024, 08:11 AM IST

୨୦୨୪ ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ଟିମ ଇଣ୍ଡିଆ। ବିଶ୍ୱକପ ଫାଇନାଲର ପରାଜୟର ପ୍ରତିଶୋଧ ସ୍ୱରୂପ ସୁପର-୮ର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇଛି ଭାରତ। ସେମି-ଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବେ। ଆସନ୍ତା ୨୭ ତାରିଖରେ ଏହି ମ୍ୟାଚ ଖେଲାଯିବ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟରେ ୨୦୫ ରନ୍ କରିଥିଲା। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।

ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭେସ୍ ହେଡ୍ ୭୬ ରନ କରିଥିବା ବେଳେ ମିଚେଲ ମାର୍ଶ ୩୭ ରୱ କରିଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩୭ ରନ ଦେଇ ୩ ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୪ ଓଭରରେ ୨୪ ରନ ଦେଇ ୨ଟି ୱିକେଟ ନେଇଥିଲେ। ସେପଟେ ସୁପର-୮ ଗ୍ରୁପ-୧ ଅନ୍ୟ ଏକ ମ୍ୟାଚରେ ଆଜି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ଯଦି ଆଫଗାନିସ୍ତାନ ବିଜୟୀ ହୁଏ ତେବେ ସେମିଫାଇନାଲରେ ପହଞ୍ଚିବ।

Related story