Advertisment

ଟି-୨୦ ବିଶ୍ୱକପ୍‌ ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ

ପାକିସ୍ତାନରୁ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଥିବା ବିଶେଷ ସୂତ୍ରରୁ ସୂଚନା।

T-20 World Cup

T-20 World Cup

Advertisment

ଟି-୨୦ ପୁରୁଷ ବିଶ୍ୱକପ୍‌ ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ। ଉତ୍ତର ପାକିସ୍ତାନରୁ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ୱେଷ୍ଟଇଣ୍ଡିଜ ଏନେଇ ଦେଶବାସୀଙ୍କୁ ସୂଚନା ଦେବା ସହ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥିବା କହିଛି।

Advertisment

ଉତ୍ତର ପାକିସ୍ତାନରୁ ଧମକ ଆସିଥିବାରୁ କାରିବିଆନ ଦ୍ୱୀପପୁଞ୍ଜକୁ ସତର୍କ କରାଯାଇଛି। ୱେଷ୍ଟଇଣ୍ଡିଜ୍ ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ, ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଘନିଷ୍ଠ ଯୋଗାଯୋଗରେ ଅଛୁ। କୌଣସି ପ୍ରକାର ଆକ୍ରମଣକୁ ଏଡାଇବା ପାଇଁ ଆମେ ସୁରକ୍ଷାକୁ କଡ଼ାକଡ଼ି କରିଛୁ।

ପ୍ରକାଶ ଥାଉକି, ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୧ରୁ ୨୯ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ୱେଷ୍ଟଇଣ୍ଡିଜର ଆଣ୍ଟିଗୁଆ ଏବଂ ବାରବୁଦା, ବାରବାଡୋସ୍, ଗୁୟାନା, ସେଣ୍ଟ ଲୁସିଆ, ଭିନ୍ସେଣ୍ଟ ଆଣ୍ଡ ଦି ଗ୍ରେନାଡାଇନ୍ସ, ଟ୍ରିନିଦାଦ ଏବଂ ଟୋବାଗୋରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ।

Advertisment

ସେହିପରି ଆମେରିକାର ଫ୍ଲୋରିଡା, ନ୍ୟୁୟର୍କ ଏବଂ ଟେକ୍ସାସର ସହରଗୁଡିକରେ ମଧ୍ୟ ମ୍ୟାଚ୍ ଅଛି। ଆମେରିକାକୁ ସେପରି କୌଣସି ଧମକ ମିଳିନାହିଁ।ବାରବାଡୋସରେ ଫାଇନାଲ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଟ୍ରିନିଦାଦ ଏବଂ ଗୁୟାନାରେ ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହେବ। ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ୍ ଅଛି। 

ICC West Indies T20 World Cup ICC WC West Indies Get Terror Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe