Advertisment

ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲ; ବିଜେତା ତାଲିକାରେ ଯୋଡ଼ି ହେବ ନୂଆ ନାଁ

ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ୭ରେ ଆରମ୍ଭ ହେବ ମ୍ୟାଚ୍।

author-image
Debibandita Barick
ଅଦ୍ୟତନ ହୋଇଛି
South Africa & New Zealand Captain

South Africa & New Zealand Captain

ଆଜି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍। ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ୭ରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ।

Advertisment

ପୂର୍ବର ଚାମ୍ପିଅନ ଟିମ୍ ଅଷ୍ଟ୍ରେଲିଆ ଏବଂ ୱେଷ୍ଟ ଇଣ୍ଡିଜକୁ ହରାଇ ଦୁଇ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଟି-୨୦ ବିଶ୍ୱକପର ୧୫ ବର୍ଷର ଯାତ୍ରା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ୍ ହାତେଇ ପାରିନାହାନ୍ତି।  ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। 

ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୬ ଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ସେହିପରି ସେମିଫାଇନାଲ ମୁକାବିଲାରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ ଟିମ୍ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି।

Advertisment

କିୱି ଦଳର ଏହା ୧୪ ବର୍ଷ ପରେ ଫାଇନାଲ ମୁକାବିଲା ହେବାକୁ ଯାଉ ଥିବାବେଳେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦ୍ୱିତୀୟ ଥର ପାଇଁ ଟ୍ରଫି ମୁକାବିଲାରେ ପହଞ୍ଚିଛି। ତେଣୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ, କିଏ ମାରୁଛି ବାଜି ତା' ଉପରେ ସମସ୍ତଙ୍କ ନଜର। 

T20 World Cup ICC T20 WC Women’s T20 World Cup Final