Advertisment

ଟି-୨୦ ବିଶ୍ୱକପ୍‌: ସୁପର୍‌-୮ରେ ଭାରତ- ଆଫଗାନିସ୍ତାନ ଲଢ଼େଇ

ସନ୍ଧ୍ୟାରେ ଭାରତର ଷ୍ଟାର୍‌ ବ୍ୟାଟର୍‌ ଓ ଅଫଗାନିସ୍ତାନର ଦମ୍‌ଦାର ସ୍ପିନର୍‌ଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ।

author-image
Madhupriya Mistry
IND Vs AFG

IND Vs AFG

ଆଜିଠୁ ଟି-୨୦ ବିଶ୍ୱକପ୍‌ରେ ଆରମ୍ଭ ହେବ ସୁପର-୮ ମୁକାବିଲା। ସୁପର୍‌-୮ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ। ଆଜି ସନ୍ଧ୍ୟାରେ କେନସିଙ୍ଗଟନ୍‌ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ।

Advertisment

ତେବେ ସୁପର-୮ର ସୁପର ଫାଇଟ୍‌ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ରୋଇ ୱେଷ୍ଟଇଣ୍ଡିଜ୍‌ ଓ ଗତଥର ବିଜେତା ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ତେବେ କ୍ରିକେଟ୍‌ପ୍ରେମୀଙ୍କ ସବୁ ନଜର କିନ୍ତୁ ରାତି ୮ଟାରେ ଖେଳାଯିବାକୁ ଥିବା ଭାରତ ଓ ଆଫଗାନିସ୍ତାନ ମୁକାବିଲା ଉପରେ ରହିଛି।

ଖେଳାଳିଙ୍କ ସାମର୍ଥ୍ୟ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚ୍‌ରେ ବେଶ୍ ଭାରୀ ରହିବ। ତେବେ ଆଫଗାନିସ୍ତାନ ଦଳରେ ଅନେକ ପ୍ରତିଭାସଂପନ୍ନ, ଦକ୍ଷ ତଥା ଅଭିଜ୍ଞ ଖେଳାଳି ଥିବାରୁ ଏହି ଦଳ ମଧ୍ୟ ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ସନ୍ଧ୍ୟାରେ ଭାରତର ଷ୍ଟାର୍‌ ବ୍ୟାଟର୍‌ ଓ ଅଫଗାନିସ୍ତାନର ଦମ୍‌ଦାର ସ୍ପିନର୍‌ଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ।

Advertisment

ଗତ ୧୨ ତାରିଖରେ ଭାରତ ଲିଗ୍‌ ପର୍ଯ୍ୟାୟରେ ୟୁଏଏସ୍‌କୁ ଭେଟିଥିଲା। ଏହାପରେ ରୋହିତ ବାହିନୀଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ପାଇଁ ସମୟ ମିଳିଥିଲା। ହେଲେ ଆଫଗାନିସ୍ତାନକୁ କିନ୍ତୁ ବିଶ୍ରାମ ପାଇଁ ସମୟ ମିଳିନାହିଁ। ୧୮ ତାରିଖରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳିବା ପରେ ସୁପର-୮ ରାଉଣ୍ଡ ମୁକାବିଲା ପାଇଁ ଆଫଗାନିସ୍ତାନ ପ୍ରସ୍ତୁତ ହୋଇଛି। ତେଣୁ ଆଜିର ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ଟି-୨୦ରେ ଭାରତ ଓ ଆଫଗାନିସ୍ତାନ ୮ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୭ଟି ଜିତିଥିଲା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି। ଚଳିତବର୍ଷ ବେଙ୍ଗାଲୁରୁଠାରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ଟାଇ ରହିବା ପରେ ଭାରତ ଏହାକୁ ସୁପର ଓଭରରେ ଜିତିଥିଲା। ବିଶ୍ୱକପ୍‌ରେ ଉଭୟ ଦଳ ତିନି ଥର ସାମ୍ନାସାମ୍ନି ହୋଇଛନ୍ତି। ସବୁଥର ଭାରତ ବିଜୟୀ ହୋଇଛି। ଉଭୟ ଦଳ ପ୍ରଥମ ଥର ପାଇଁ କେନିଙ୍ଗଟନ୍ ଓଭାଲରେ ପରସ୍ପରର ମୁକାବିଲା କରିବେ। ଭାରତ ଏଠାରେ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଯାକ ଜିତିଥିବା ବେଳେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ୍ ଖେଳି ପରାଜିତ ହୋଇଛି।

India Vs Afghanistan ICC T20 World Cup 2024