ଆଜି ଟି-୨୦ ବିଶ୍ୱକପର ଫାଇନାଲ ଫାଇଟ୍। ହେବ ଟ୍ରଫି ପାଇଁ ଟକ୍କର। ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟାଇଟଲ ଲଢେଇ। ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍। ରାତି ୮ଟାରେ ବାରବାଡୋସରେ ହେବ ବିଗ୍ ଫାଇଟ୍।
ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ୍ ଇଣ୍ଡିଆ।
Also Read
ବାର୍ବଡସରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ବର୍ଷା ଯୋଗୁ ଆଜିର ମ୍ୟାଚ୍ ନହୁଏ, ତା’ହେଲେ ଆଇସିସି ଏଥିପାଇଁ ରବିବାର ସଂରକ୍ଷିତ ଦିବସ ରଖିଛି। ଫାଇନାଲ ମ୍ୟାଚ୍କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ଯ୍ୟ କରାଯାଇଛି।
ତଥାପି ଯଦି ମ୍ୟାଚ୍ ଅନୁଷ୍ଠିତ ହୋଇ ନ ପାରିବ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପ ବିଜେତା ଘୋଷଣା କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ରଣଜୀ ଖେଳିବେ କୋହଲି-ପନ୍ତ! ଦିଲ୍ଲୀ ସମ୍ଭାବ୍ୟ ଦଳରେ ଆସିଲା ନାଁ
କୋହଲି ଓ ପନ୍ତଙ୍କ ବ୍ୟତୀତ ହର୍ଷିତ ରାଣାଙ୍କ ନାଁ ମଧ୍ୟ ଦିଲ୍ଲୀର ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି।
Cricket
BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!
ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ।
Sports
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ
ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ। ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟିମକୁ ନୋର୍କିଆଙ୍କ କମବ୍ୟାକ୍।
Cricket
ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Sports
ଆଉ କିଛିମାସ ନେତୃତ୍ୱ ନେବାକୁ ଚାହୁଁଛନ୍ତି ରୋହିତ! ଚାମ୍ପିୟନ୍ସ ଟ୍ରଫି ପରେ..
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ଆଉ କିଛିମାସ ଅଧିନାୟକ ରହିବାକୁ ଚାହୁଁଥିବା ବିସିସିଆଇକୁ ଜଣାଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି।