ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ, ଫାଇନାଲ ମ୍ୟାଚ୍‌ କେବେ ଜାଣନ୍ତୁ

ଦୁବାଇ: ମହାମାରୀ କରୋନା ପାଇଁ ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ୍ ଆୟୋଜନ ଭାରତ ବଦଳରେ ୟୁଏଇଇ ଓ ଓମାନରେ ଅନୁଷ୍ଠିତ ହେବ। ବିଶ୍ୱକପ୍ ୟୁଏଇ ଏବଂ ଓମାନରେ ହେବ ବୋଲି ଆଜି ଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆଇସିସିର ଘୋଷଣା ଅନୁଯାୟୀ, ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ ଓ ନଭେମ୍ବର ୧୪ରେ ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। କରୋନାକୁ କାରଣରୁ ଭାରତରେ ବିଶ୍ୱକପର ଆୟୋଜନ ହୋଇପାରିବ ନାହିଁ […]

T-20-worldCup

T-20-worldCup

Hemant Lenka
  • Published: Tuesday, 29 June 2021
  • Updated: 29 June 2021, 04:35 PM IST

Sports

Latest News

ଦୁବାଇ: ମହାମାରୀ କରୋନା ପାଇଁ ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ୍ ଆୟୋଜନ ଭାରତ ବଦଳରେ ୟୁଏଇଇ ଓ ଓମାନରେ ଅନୁଷ୍ଠିତ ହେବ। ବିଶ୍ୱକପ୍ ୟୁଏଇ ଏବଂ ଓମାନରେ ହେବ ବୋଲି ଆଜି ଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆଇସିସିର ଘୋଷଣା ଅନୁଯାୟୀ, ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ ଓ ନଭେମ୍ବର ୧୪ରେ ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। କରୋନାକୁ କାରଣରୁ ଭାରତରେ ବିଶ୍ୱକପର ଆୟୋଜନ ହୋଇପାରିବ ନାହିଁ ବୋଲି ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ବିବୃତିରେ କୁହାଯାଇଛି ଯେ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପର ମ୍ୟାଚ୍‌ ଗୁଡ଼ିକ ଖେଳାଯିବାକୁ ଯାଉଥିଲେ ହେଁ ଆୟୋଜନ ଦାୟିତ୍ୱ ପୂର୍ବଭଳି ଭାରତ ହାତରେ ରହିବ। ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିମୟ, ଶେଖ ଜାୟଦ ଷ୍ଟାଡିୟମ, ଶାରଜା ଷ୍ଟାଡିଏମ ଏବଂ ଓମାନ କ୍ରିକେଟ ଏକାଡେମୀରେ ସବୁ ମ୍ୟାଚ୍‌ ଖେଳାଯିବ।

୨୦୧୬ରେ ଶେଷଥର ପାଇଁ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା। ୨୦୨୦ରେ ଏହା ଅଷ୍ଟ୍ରେଲିଆରେ ହେବାର ଥିଲା। କିନ୍ତୁ କରୋନା ଯୋଗୁ ୨୦୨୧ ଓ ୨୦୨୨ ବିଶ୍ୱକପ ‌ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି।

ୟୁଏଇରେ ବିଶ୍ୱକପର ମୁଖ୍ୟ ରାଉଣ୍ଡ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ତେବେ ଓମାନରେ ରାଉଣ୍ଡ-୧ର ୮ଟି ଟିମ୍ ମଧ୍ୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରୁ ୪ ଟିମ୍ ସୁପର୍-୧୨ ପାଇଁ କ୍ୱାଲିଫାଏ କରିବେ। ପୂର୍ବରୁ ସୁପର ୧୨ ଖେଳିବାକୁ ୮ଟି ଟିମ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ତାଲିକାରେ ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ୍, ପାପୁଆ ନ୍ୟୁ ଗିନୀ ରହିଛନ୍ତି।

ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ। ୧୨ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯିବ। ଏହି ମ୍ୟାଚ୍ ଗୁଡ଼ିକ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଏହା ପରେ ଦୁଇଟି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଆଇସିସି କହିଛି।

ଆଇସିସି ଚଳିତ ମାସ ପ୍ରଥମରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ଉପରେ ନିଷ୍ପତ୍ତି ନେବା ପାଇଁ ବିସିସିଆଇକୁ ୨୮ ଦିନ ସମୟ ଦେଇଥିଲା। କିନ୍ତୁ କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ ବିଶ୍ୱକପ୍ ଆୟୋଜନ କରିବା କଷ୍ଟକର ବୋଲି ବିସିସିଆଇ ପକ୍ଷରୁ ଆଇସିସିକୁ ଅବଗତ କରାଯାଇଥିଲା।

ଅନ୍ୟପକ୍ଷରେ ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଭିତରେ ୟୁଏଇରେ ଖେଳାଯିବାର ସମ୍ଭାବନା ରହିଛି। ଏହାର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story