ବାଂଲାଦେଶର ଦ୍ରୁତ ବୋଲର ତସ୍କିନ ଅହମଦ ଆଉ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି। ତାଙ୍କୁ ଟେଷ୍ଟ କ୍ରିକେଟରୁ ବାହାରେ ରଖିବା ପାଇଁ ସେ ବାଂଲାଦେଶ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛନ୍ତି। ସେ ଏବେ କେବଳ ସୀମିତ ଓଭର କ୍ରିକେଟ ଉପରେ ଫୋକସ କରିବାକୁ ଚାହୁଁଥିବାର ବୋର୍ଡକୁ ଜଣାଇଛନ୍ତି।
ବାଂଲାଦେଶ କ୍ରିକେଟ ବୋର୍ଡର କ୍ରିକେଟ ଅପରେସନ ଅଧ୍ୟକ୍ଷ ଜଲାଲ ୟୁନିସ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ତସ୍କିନ ଚିଠି ଲେଖି ଏପରି ଅନୁରୋଧ କରିଛନ୍ତି। କିନ୍ତୁ ଏହା ଉପରେ ନିଷ୍ପତ୍ତି ବାଂଲାଦେଶ ପ୍ରିମିୟର ଲିଗ ପରେ ନିଆଯିବ।
Also Read
ସେ ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି ବୋଲି ୟୁନିସ କହିଛନ୍ତି। ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଟିମର ଅଧିନାୟକ ଓ ମୁଖ୍ୟ କୋଚଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥା ହେବ। ବାଂଲାଦେଶର କୋଚ ମଧ୍ୟ ଏ ସମ୍ପର୍କରେ ଜାଣିଛନ୍ତି।
ନିକଟରେ ଶେଷ ହୋଇଥିବା ୨୦୨୩ ଦିନିକିଆ ବିଶ୍ୱକପ ବେଳେ ତସ୍କିନ କାନ୍ଧ ଜନିତ ସମସ୍ୟାରେ ପଡ଼ିଥିଲେ। ଏହି କାରଣ ପାଇଁ ସେ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ରଣଜୀ ଖେଳିବେ କୋହଲି-ପନ୍ତ! ଦିଲ୍ଲୀ ସମ୍ଭାବ୍ୟ ଦଳରେ ଆସିଲା ନାଁ
କୋହଲି ଓ ପନ୍ତଙ୍କ ବ୍ୟତୀତ ହର୍ଷିତ ରାଣାଙ୍କ ନାଁ ମଧ୍ୟ ଦିଲ୍ଲୀର ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି।
Cricket
BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!
ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ।
Sports
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ
ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ। ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟିମକୁ ନୋର୍କିଆଙ୍କ କମବ୍ୟାକ୍।
Cricket
ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Sports
ଆଉ କିଛିମାସ ନେତୃତ୍ୱ ନେବାକୁ ଚାହୁଁଛନ୍ତି ରୋହିତ! ଚାମ୍ପିୟନ୍ସ ଟ୍ରଫି ପରେ..
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ଆଉ କିଛିମାସ ଅଧିନାୟକ ରହିବାକୁ ଚାହୁଁଥିବା ବିସିସିଆଇକୁ ଜଣାଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି।