Advertisment

ଦେଶ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଚାହୁଁ ନାହାନ୍ତି ଏହି କ୍ରିକେଟର, ଅନୁମତି ପାଇଁ ବୋର୍ଡକୁ ଅନୁରୋଧ

ବାଂଲାଦେଶ କ୍ରିକେଟ ବୋର୍ଡର କ୍ରିକେଟ ଅପରେସନ ଅଧ୍ୟକ୍ଷ ଜଲାଲ ୟୁନିସ ଏହି ଖବରକୁ ନିଶ୍ଚିତ କରିଛନ୍ତି।

Taskin

Taskin

Advertisment

ବାଂଲାଦେଶର ଦ୍ରୁତ ବୋଲର ତସ୍କିନ ଅହମଦ ଆଉ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି। ତାଙ୍କୁ ଟେଷ୍ଟ କ୍ରିକେଟରୁ ବାହାରେ ରଖିବା ପାଇଁ ସେ ବାଂଲାଦେଶ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛନ୍ତି। ସେ ଏବେ କେବଳ ସୀମିତ ଓଭର କ୍ରିକେଟ ଉପରେ ଫୋକସ କରିବାକୁ ଚାହୁଁଥିବାର ବୋର୍ଡକୁ ଜଣାଇଛନ୍ତି।

Advertisment

ବାଂଲାଦେଶ କ୍ରିକେଟ ବୋର୍ଡର କ୍ରିକେଟ ଅପରେସନ ଅଧ୍ୟକ୍ଷ ଜଲାଲ ୟୁନିସ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ତସ୍କିନ ଚିଠି ଲେଖି ଏପରି ଅନୁରୋଧ କରିଛନ୍ତି। କିନ୍ତୁ ଏହା ଉପରେ ନିଷ୍ପତ୍ତି ବାଂଲାଦେଶ ପ୍ରିମିୟର ଲିଗ ପରେ ନିଆଯିବ।

ସେ ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି ବୋଲି ୟୁନିସ କହିଛନ୍ତି। ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଟିମର ଅଧିନାୟକ ଓ ମୁଖ୍ୟ କୋଚଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥା ହେବ। ବାଂଲାଦେଶର କୋଚ ମଧ୍ୟ ଏ ସମ୍ପର୍କରେ ଜାଣିଛନ୍ତି।

Advertisment

ନିକଟରେ ଶେଷ ହୋଇଥିବା ୨୦୨୩ ଦିନିକିଆ ବିଶ୍ୱକପ ବେଳେ ତସ୍କିନ କାନ୍ଧ ଜନିତ ସମସ୍ୟାରେ ପଡ଼ିଥିଲେ। ଏହି କାରଣ ପାଇଁ ସେ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନଥିବା ଜଣାପଡ଼ିଛି।

Cricket Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe