BAN
ଚଳିତ ବିଶ୍ୱକପରେ ନିଜର ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ବାଂଲାଦେଶ ଦମଦାର ବ୍ୟାଟିଂ କରିଛି। ଟସ୍ ହାରି ପୁଣେରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲା ଟାଇଗର ନିର୍ଦ୍ଧାରିତ ୫୦ ଓଭର୍ରେ ୮ ୱିକେଟ ହରାଇ ୩୦୬ ରନ କରିଛି। ଦଳର ନିୟମିତ ଅଧିନାୟକ ସାକିବ ଅଲ ହାସନ ଆହତ କାରଣରୁ ସ୍ୱଦେଶ ଫେରି ଯାଇଥିଲେ ହେଁ ବାଂଲାଦେଶ ଆଜି ତା’ର ଦମ ଦେଖାଇଛି।
ଚଳିତ ବିଶ୍ୱକପରେ ଦଳ ସର୍ବାଧିକ ସ୍କୋର ମଧ୍ୟ କରିବାକୁ ସକ୍ଷମ ହୋଇଛି। ତୋହିଦ ହୃଦୟଙ୍କ ୭୪, କାମଚଳା ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କ ୪୫, ତାଞ୍ଜିଦ ହାସନ ଓ ଲିଟନ ଦାସଙ୍କ ୩୬ ରନ ଲେଖାଏ ବଳରେ ବାଂଲାଦେଶ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରିପାରିଛି।
ପୂର୍ବରୁ ସେମିରେ ପ୍ରବେଶ କରି ସାରିଥିବା ଅଷ୍ଟ୍ରେଲିଆ ଆଗରେ ଏବେ ୩୦୭ ରନର ଟାର୍ଗେଟ ରହିଛି। ଏହି ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଓପନର ଟ୍ରାଭିସ ହେଡ୍(୧୦)ଙ୍କୁ ହରାଇଛି। ଦଳୀୟ ସ୍କୋର ୧୨ ଥିବା ବେଳେ ବ୍ୟକ୍ତିଗତ ୧୦ ରନ କରି ହେଡ ଦ୍ରୁତ ବୋଲର ତସ୍କିନ ଅହମଦଙ୍କ ବଲରେ ବୋଲ୍ଡ ହୋଇଯାଇଛନ୍ତି।
ତେବେ ଏହାପରେ ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ସ୍ଥିତି ସମ୍ଭାଳି ବାଂଲା ବୋଲରଙ୍କୁ କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛନ୍ତି। ଉଭୟ ବଡ଼ବଡ଼ ଶଟ ଖେଳି ଅଷ୍ଟ୍ରେଲିଆକୁ ବିଜୟ ଅଭିମୁଖେ ନେବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି ମାର୍ଶଙ୍କ ବ୍ୟାଟରୁ ଛକା ଓ ଚୌକା ଦେଖିବାକୁ ମିଳୁଛି।
ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୧୩ ଓଭର୍ରେ ଗୋଟିଏ ୱିକେଟ ହରାଇ ୮୪ ରନ କରି ନେଇଛି। ମାର୍ଶ ୪୮ ଓ ୱାର୍ଣ୍ଣର ୨୫ ରନ କରି ଅପରାଜିତ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BAN_1699696961.jpg)