ହଟିଲା ‘ଭିଭୋ’, ‘ଟାଟା’ ଆଇପିଏଲର ନୂଆ ଟାଇଟଲ ସ୍ପନସର୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଟାଇଟଲ୍ ସ୍ପନସରରୁ ହଟିଲା ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ। ଭିଭୋ ବଦଳରେ ଏବେ ଟାଟା ଆଇପିଏଲର ଟାଇଟଲ୍ ସ୍ପନସର୍ ହୋଇଛି। ଆଇପିଏଲର ପରବର୍ତ୍ତୀ ସିଜନରୁ ଟାଟା ଟାଇଟଲ୍ ସ୍ପନସର୍ ହେବ। ଆଇପିଏଲ ଚେୟାରମ୍ୟାନ୍ ବ୍ରଜେଶ ପଟେଲ୍ ଏହି ବଡ଼ ସୂଚନା ଦେଇଛନ୍ତି। ଭାରତର ସବୁଠାରୁ ବଡ଼ ବ୍ୟବସାୟୀ କମ୍ପାନୀ ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପ୍ ଚଳିତ ବର୍ଷ ଠାରୁ ଏହି ଦାୟିତ୍ୱ ସମ୍ଭାଳିବ। ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ […]

ipl2022

ipl2022

Ranjit Kumar Jena
  • Published: Tuesday, 11 January 2022
  • Updated: 11 January 2022, 06:02 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଟାଇଟଲ୍ ସ୍ପନସରରୁ ହଟିଲା ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ। ଭିଭୋ ବଦଳରେ ଏବେ ଟାଟା ଆଇପିଏଲର ଟାଇଟଲ୍ ସ୍ପନସର୍ ହୋଇଛି। ଆଇପିଏଲର ପରବର୍ତ୍ତୀ ସିଜନରୁ ଟାଟା ଟାଇଟଲ୍ ସ୍ପନସର୍ ହେବ। ଆଇପିଏଲ ଚେୟାରମ୍ୟାନ୍ ବ୍ରଜେଶ ପଟେଲ୍ ଏହି ବଡ଼ ସୂଚନା ଦେଇଛନ୍ତି।

ଭାରତର ସବୁଠାରୁ ବଡ଼ ବ୍ୟବସାୟୀ କମ୍ପାନୀ ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପ୍ ଚଳିତ ବର୍ଷ ଠାରୁ ଏହି ଦାୟିତ୍ୱ ସମ୍ଭାଳିବ। ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍ ସହ ଭିଭୋର ଚୁକ୍ତି ଶେଷ ହୋଇନଥିଲା। ଭିଭୋ ସହ ଚୁକ୍ତି ଆହୁରି ଦୁଇ ବର୍ଷ ଥିଲା। କିନ୍ତୁ ଏହା ପୂର୍ବରୁ ଭିଭୋ ଆଇପିଏଲରୁ ହଟିଯାଇଛି। ଏବେ ଟାଟା ଆଗାମୀ ଦୁଇ ବର୍ଷ ପାଇଁ ଆଇପିଏଲର ଟାଇଟଲ୍ ସ୍ପନସର୍ ହେବ। ଅର୍ଥାତ୍ ଏଣିକି ଭିଭୋ ବଦଳରେ ଟାଟା ଆଇପିଏଲ୍ ସମ୍ବୋଧନ କରାଯିବ।

ଭିଭୋ ୨୦୧୮ରୁ ୨୦୨୨ ଯାଏ ଆଇପିଏଲର ଟାଇଟଲ୍ ସ୍ପନସର୍ ଭାବେ ଚୁକ୍ତି କରିଥିଲା। ଟାଇଟଲ ସ୍ପନସର୍ ବାବଦକୁ ଭିଭୋ ବର୍ଷକୁ ୪୪୦ କୋଟି ଅର୍ଥାତ୍ ୫ ବର୍ଷକୁ ୨୨୦୦ କୋଟି ଟଙ୍କାର ଡିଲ୍ କରିଥିଲା। କିନ୍ତୁ ୨୦୨୦ରେ ଗଲୱାନ୍ ଘାଟିରେ ଭାରତ ଓ ଚାଇନାର ସେନା ମଧ୍ୟରେ ସଂଘର୍ଷ ପରେ ଭିଭୋ ବର୍ଷକ ପାଇଁ ବ୍ରେକ୍ ନେଇଥିଲା। ଯେଉଁ କାରଣରୁ ୨୦୨୦ ଆଇପିଏଲ ସଂସ୍କରଣରେ ଡ୍ରିମ୍-୧୧ ଟାଇଟଲ୍ ସ୍ପନନର୍ ଥିଲା। ହେଲେ ୨୦୨୧ରେ ପୁଣି ଭିଭୋ ଆଇପିଏଲର ଟାଇଟଲ୍ ସ୍ପନସର୍ ହୋଇଥିଲା।

ଆଇପିଏଲର ୧୫ଶ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ପରବର୍ତ୍ତୀ ସଂସ୍କରଣ ପାଇଁ ଦୁଇ ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଏଣ୍ଟ୍ରୀ ମାରିଛନ୍ତି। ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆରପିଏସଜି ଗ୍ରୁପ୍ କିଣିଛି। ଅହମ୍ମଦାବାଦର ଟିମକୁ ସିଭିସି କ୍ୟାପିଟାଲ୍ସ ୫୬୨୫ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌର ଟିମ ୭୦୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତକୁ ଯାଇଛି। ଏହି ଦୁଇ ନୂଆ ଟିମ୍ ଦ୍ୱାରା ବିସିସିଆଇକୁ ପାଖାପାଖି ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି, ଯାହା ଆଶା ଠାରୁ ବହୁତ ଅଧିକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story