Advertisment

Women's World Cup: ବିଶ୍ୱ ବିଜୟୀ ଦଳର ସବୁ ସଦସ୍ୟଙ୍କୁ ମିଳିବ ଟାଟା ସିଏରା ଏସ୍‌ୟୁଭି

ସିଏରା ଏସୟୁଭି ଏଯାଏ ମାର୍କେଟରେ ଲଞ୍ଚ ହୋଇ ନାହିଁ। କିନ୍ତୁ ଏହାର ପ୍ରଥମ ଲଟ୍‌ ମାର୍କେଟକୁ ଆସିବା କ୍ଷଣୀ ଭାରତୀୟ ମହିଳା ଟିମର ପ୍ରତି ସଦସ୍ୟଙ୍କୁ ଉପହାର ଆକାରରେ ଏହା ଦିଆଯିବ ବୋଲି କମ୍ପାନୀ କହିଛି।

author-image
Hemant Lenka
G5DxBWibIAM0khS

ରାଷ୍ଟ୍ରପତିଙ୍କ ସହ ବିଶ୍ୱ ବିଜୟୀ ଭାରତୀୟ ଟିମ

ଆଇସିସି ମହିଳା ଦିନିକିଆ ଜିତିଥିବା ଭାରତୀୟ ଟିମ(Indian Women Team Victory)କୁ ମିଳିବ ଟାଟା ସିଏରା ଏସ୍‌ୟୁଭି। ଦଳର ପ୍ରତିଟି ସଦସ୍ୟଙ୍କୁ ଲଞ୍ଚ ହେବାକୁ ଥିବା ଏହି ବଳାସପୂର୍ଣ୍ଣ ଏସ୍‌ୟୁଭି ମିଳିବ। ଏ ସମ୍ପର୍କରେ ଆଜି ଟାଟା ମୋଟର୍ସ ପକ୍ଷରୁ ଘୋଷଣା କରାଯାଇଛି।

Advertisment

 ଭାରତୀୟ ମହିଳା ଦଳ ନଭେମ୍ବର ୨ରେ ଇତିହାସ ରଚିଥିଲା। ଭାରତୀୟ ମହିଳା ଟିମ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମଥର ବିଶ୍ୱକପ ଜିତିଥିଲା। ଭାରତୀୟ ମହିଳା ଟିମର ପ୍ରଦର୍ଶନକୁ ସମ୍ମାନ ଜଣାଇ ଟାଟା ମୋଟର୍ସ ଲଞ୍ଚ ହେବାକୁ ଥିବା କମ୍ପାନୀର ବିଳାସପୂର୍ଣ୍ଣ ସିଏରା ଏସ୍‌ୟୁଭି ଉପହାର ଆକାରରେ ଦେବ ବୋଲି କହିଛି।

ସିଏରା ଏସୟୁଭି ଏଯାଏ ମାର୍କେଟରେ ଲଞ୍ଚ ହୋଇ ନାହିଁ। କିନ୍ତୁ ଏହାର ପ୍ରଥମ ଲଟ୍‌ ମାର୍କେଟକୁ ଆସିବା କ୍ଷଣୀ ଭାରତୀୟ ମହିଳା ଟିମର ପ୍ରତି ସଦସ୍ୟଙ୍କୁ ଉପହାର ଆକାରରେ ଏହା ଦିଆଯିବ ବୋଲି କମ୍ପାନୀ କହିଛି। 

Advertisment


ଟାଟା ମୋଟର୍ସ ଗୋଟିଏ ବିବୃତିରେ କହିଛି ଯେ “ଲିଜେଣ୍ଡ ମିଟ୍ସ ଲିଜେଣ୍ଡ୍ସ। ଭାରତୀୟ ମହିଳା କ୍ରିକେଟ ଟିମ ଓ ସେମାନଙ୍କର କିମ୍ବଦନ୍ତୀ ଆଇସିସି ମହିଳା ବିଶ୍ୱକପ ପ୍ରଦର୍ଶନକୁ କମ୍ପାନୀ ଉତ୍ସବ ଭାବେ ପାଳନ କରିବାକୁ ଯାଉଛି। ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଗର୍ବର ସହ ଟିମର ପ୍ରତିଟି ସଦସ୍ୟଙ୍କୁ ଟାଟା ସିଏରା- ଗୋଟିଏ ବୋଲ୍ଡ, ଭର୍ସାଟାଇଲ ଓ ଟାଇମଲେସ ଲିଜେଣ୍ଡ ପ୍ରଦାନ କରିବ।” 


ବିଶ୍ୱ ବିଜୟୀ ଟିମ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରଫି ସହ ଭେଟିଥିଲେ। ଆଜି ସେମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସମୟରେ ସବୁ ଖେଳାଳିଙ୍କ ଦସ୍ତଖତ ଥିବା ଗୋଟିଏ ଜର୍ସି ମହାମହିମଙ୍କୁ ଉପହାର ଆକାରରେ ଅଧିନାୟକ ହରମନପ୍ରୀତ କୌର ପ୍ରଦାନ କରିଛନ୍ତି। 

ରାଷ୍ଟ୍ରପତି ମୁର୍ମୁ ଐତିହାସିକ ସଫଳତା ପାଇଁ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳିମାନେ କେବଳ ଇତିହାସ ସୃଷ୍ଟି କରି ନାହାନ୍ତି, ବରଂ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ବନି ଯାଇଛନ୍ତି। ଭେଟଘାଟ ସମୟରେ ଅଧିନାୟକ କୌର ବିଶ୍ୱକପ ଟ୍ରଫିକୁ ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଇଥିଲେ। ଟ୍ରଫି ସହ ସମସ୍ତେ ଫଟୋ ମଧ୍ୟ ଉଠାଇଛନ୍ତି। 

Indian Women Cricket Team Indian Women Team Victory