Advertisment

ଆଜିଠାରୁ ଭାରତ ଓ ଅ‌ଷ୍ଟ୍ରଲିଆ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍‌

ପୂର୍ବରୁ ଖେଳା ଯାଇଥିବା ୨ଟି ଟେଷ୍ଟରେ ଅଷ୍ଟ୍ରେଲିଆ ମାଟି କାମୁଡ଼ିଥିଲା।

author-image
Tapas Behera
undefined

Ind Vs Aus Test match

ଆଜିଠାରୁ ଭାରତ ଓ ଅ‌‌ଷ୍ଟ୍ରଲିଆ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। । ୮ ଦିନର ବ୍ୟବଧାନ ପରେ ଏହି ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଖେଳା ଯାଇଥିବା ୨ଟି ଟେଷ୍ଟରେ ଅଷ୍ଟ୍ରେଲିଆ ମାଟି କାମୁଡ଼ିଥିଲା। ଉଭୟ ଟେଷ୍ଟକୁ ଅଢ଼େଇ ଦିନରେ ସମାପ୍ତ କରିଥିଲା ଭାରତୀୟ ଦଳ। ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ୨ୟ ଟେଷ୍ଟକୁ ମଧ୍ୟ ଭାରତ ସହଜରେ ଜିତି ପାରିଥିଲା। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ରହି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇ ପାରିଛି। ୩ୟ ଟେଷ୍ଟକୁ ଜିତିଲେ ଭାରତ ଶୃଙ୍ଖଳା ଜିତିବା ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ଖେଳିବାର ଟିକଟ ପାଇବ। ଏହାସହ ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ଭାରତ ବିଶ୍ବର ୧ନଂ ଦଳର ମାନ୍ୟତା ହାସଲ କରିପାରିବ।

Advertisment

ଅଷ୍ଟ୍ରେଲିଆ ୧୯ ବର୍ଷ ହେଲା ଭାରତମାଟିରେ ଟେଷ୍ଟ ଶୃଙ୍ଖଳା ଜିତିନାହିଁ। ଅଷ୍ଟ୍ରେଲିଆକୁ ଏହି କୃତିତ୍ବ ହାସଲ କରିବାକୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ପୁଣି ୩ୟ ଟେଷ୍ଟମ୍ୟାଚ୍‌କୁ ଜିତିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କ୍ରମାଗତ ୪ର୍ଥ ଟେଷ୍ଟ ଶୃଙ୍ଖଳା ଜିତିବ। ପ୍ରଥମ ଦୁଇଟି ଟେଷ୍ଟରେ ସ୍ପିନର ଯାଦୁ ଦେଖିବାକୁ ମିଳିଥିଲା। ପ୍ରଥମ ୨ଟି ଟେଷ୍ଟରେ ୪୦ଟିରୁ ୩୨ଟି ୱିକେଟ ସ୍ପିନର ନେଇଛନ୍ତି। ଏହି ୩୨ରୁ ୨୪ ଜଣ ବ୍ୟାଟ୍‌ସମ୍ୟାନ୍ ବୋଲ୍‌ଡ କିମ୍ବା ଏଲ୍‌ବିଡବ୍ଲ୍ୟୁ ହୋଇଛି। ୨ୟ ଟେଷ୍ଟର ୨ୟ ଇନିଂସରେ ଭାରତୀୟ ସ୍ପିନ୍ ଯୋଡ଼ି ୨ୟ ଇନିଂସରେ ୧୦ଟିଯାକ ୱିକେଟ ନେଇ ଦଳକୁ ଜିତାଇଥିଲେ। ଦିଲ୍ଲୀରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌କରି ପ୍ରଥମ ଇନିଂସରେ ଆଗୁଆ ଥିଲା। ୨ୟ ଇନିଂସରେ ୨ ୱିକେଟରେ ୮୨ ରନ୍‌ରୁ ଅଷ୍ଟ୍ରେଲିଆ ୧୧୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ପରାଜୟ ଭୋଗିଥିଲା।

ଟ୍ରାଭିସ୍‌ ହେଡ୍‌, ଉସ୍‌ମାନ ଖାୱାଜା ଓ ମାର୍ନସ ଲାବୁସେନ୍ କିଛି ରନ୍ କରିଥିଲେ ହେଁ ଅନ୍ୟମାନେ ବିଫଳ ହୋଇଥିଲେ। ତେବେ ଲଗାତାର ପରାଜୟରୁ ମୁକୁଳିବା ପାଇଁ ଅଷ୍ଟ୍ରେଲିଆ ମଧ୍ୟ ବ୍ୟଗ୍ର ରହିଛି। କିନ୍ତୁ ଅଧିନାୟକ ପ୍ୟାଟ୍‌ କମିନ୍ସ, ଅଷ୍ଟନ ଅଗର, ଜୋସ୍‌ ହାଜେଲ୍‌ଉଡ୍‌, ଡେଭିଡ୍‌ ୱାର୍ଣ୍ଣର ଘରକୁ ଫେରିଯାଇଥିବାରୁ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କାନ୍ଧରେ ଦଳର ଭାର ରହିବ। ତେବେ ଭାରତୀୟ ସ୍ପିନ୍‌ ଆକ୍ରମଣକୁ ଅଷ୍ଟ୍ରେଲିଆ ବ୍ୟାଟର କିପରି ପ୍ରତିଶହତ କରୁଛନ୍ତି ତାହା ଉପରେ ଅଧିକ ନଜର ରହିବ।

Advertisment