Advertisment

ଐତିହାସିକ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ବିସିସିଆଇ ସୋଶାଲ ମିଡିଆରେ ପୋଷ୍ଟ ରକି ଏହାର ସୂଚନା ଦେଇଛି। ଭାରତୀୟ ଟିମ୍ ଜୁନ୍ ୧୮ରୁ ୨୨ ତାରିଖ ଯାଏ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏହି ଐତିହାସିକ ଫାଇନାଲ୍ ପାଇଁ ୧୫ ଜଣିଆ ଟିମର ଘୋଷଣା କରିସାରିଛି । […]

ଐତିହାସିକ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷିତ

virat-kohli

Advertisment

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ବିସିସିଆଇ ସୋଶାଲ ମିଡିଆରେ ପୋଷ୍ଟ ରକି ଏହାର ସୂଚନା ଦେଇଛି। ଭାରତୀୟ ଟିମ୍ ଜୁନ୍ ୧୮ରୁ ୨୨ ତାରିଖ ଯାଏ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏହି ଐତିହାସିକ ଫାଇନାଲ୍ ପାଇଁ ୧୫ ଜଣିଆ ଟିମର ଘୋଷଣା କରିସାରିଛି ।

Advertisment

ଐତିହାସିକ ଫାଇନାଲ୍ ପାଇଁ ଏହି ୧୫ ଜଣିଆ ସ୍କ୍ୱାଡରୁ ଶ୍ରେଷ୍ଠ ୧୧ ଜଣ ଖେଳାଳିଙ୍କୁ ଖେଳିବା ପାଇଁ ସୁଯୋଗ ମିଳିବ। ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ଚୟନ ହୋଇଥିବା ୧୫ ଜଣିଆ ଟିମରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲଙ୍କୁ ସ୍ଥାନ ମିଳିନାହିଁ। ଏହି ଟିମରେ ଋଷଭ ପନ୍ତ ଓ ଋଦ୍ଧିମାନ ସାହାଙ୍କୁ ୱିକେଟକିପର ଭାବେ ସାମିଲ୍ କରାଯାଇଛି। ସାହା ବିକଳ୍ପ ୱିକେଟକିପର ଭୂମିକାରେ ନଜର ଆସିବେ।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଆହତ କାରଣରୁ ଜାଡେଜା ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଖେଳିପାରି ନଥିଲେ । ୧୫ ଜଣିଆ ସଦସ୍ୟରେ ହନୁମା ବିହାରୀଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହାବ୍ୟତୀତ ଶାର୍ଦ୍ଦୁଲ ଠାକୁର, ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲଙ୍କୁ ଫାଇନାଲ୍ ପାଇଁ ଚୟନ କରାଯାଇନାହିଁ ।

Advertisment

ଭାରତୀୟ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏହି ଐତିହାସିକ ଫାଇନାଲ୍ ବହୁତ ମହତ୍ତ୍ୱପୂର୍ଣ୍ଣ। ଯଦି ଭାରତୀୟ ଫାଇନାଲ୍ ଜିତିବାରେ ସଫଳ ରୁହେ, ତାହେଲେ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମଥର କୌଣସି ଆଇସିସିର ଟୁର୍ଣ୍ଣାମେଣ୍ଟ ଜିତିବ।

https://twitter.com/BCCI/status/1404785767700996096?s=20

ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପୂର୍ବରୁ ଭାରତୀୟ ଟିମର ଖେଳାଳିମାନେ ପରସ୍ପର ସହ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ଋଷଭ ପନ୍ତ ଦମଦାର ଶତକୀୟ ଇନିଂସ୍ ଖେଳି ବିରୋଧୀ ଟିମର ଚିନ୍ତା ବଢ଼ାଇ ଦେଇଛନ୍ତି। ରୋହିତ୍ ଶର୍ମାଙ୍କ ବ୍ୟତୀତ ଜାଡେଜା ମଧ୍ୟ ଅଭ୍ୟାସ ମ୍ୟାଚରେ ଭଲ ବ୍ୟାଟିଂ କରି ଫର୍ମରେ ଥିବା ସଙ୍କେତ ଦେଇଛନ୍ତି।

ଭାରତୀୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ଶୁବମନ୍ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ସାହା, ଆର୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ଉମେଶ ଯାଦବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe