Advertisment

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶିଖର ଧୱନ କ୍ୟାପ୍‌ଟେନ୍‌

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ତେବେ କେବଳ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ଶିଖର ଧୱନଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ କରାଯାଇଛି। ରୋହିତ ଶର୍ମା, ବିରାଟ କୋହଲି, କେ ଏଲ୍ ରାହୁଲ, ଋଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କୁ ଟିମ୍‌ରେ ନିଆଯାଇନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଅଧିନାୟକ ଶିଖର ଧୱନ ଓ […]

ଅଦ୍ୟତନ ହୋଇଛି
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶିଖର ଧୱନ କ୍ୟାପ୍‌ଟେନ୍‌

Shikhar Dhawan

Advertisment

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ତେବେ କେବଳ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ଶିଖର ଧୱନଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ କରାଯାଇଛି। ରୋହିତ ଶର୍ମା, ବିରାଟ କୋହଲି, କେ ଏଲ୍ ରାହୁଲ, ଋଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କୁ ଟିମ୍‌ରେ ନିଆଯାଇନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି।

Advertisment

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଅଧିନାୟକ ଶିଖର ଧୱନ ଓ ଉପ-ଅଧିନାୟକ ରବୀନ୍ଦ୍ର ଜାଡ଼େଜାଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଈଶାନ କିଶନ (ୱିକେଟ୍‌ କିପର), ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆବେଶ ଖାନ୍‌, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ଅଛନ୍ତି।

ଏବେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଅଛି। ସେଠାରେ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍ ଶେଷ ହେବା ପରେ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ। ୱେଷ୍ଟଇଣ୍ଡିଜ୍‌ରେ ଟିମ୍ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ। ଦିନିକିଆ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଦଳ ଘୋଷଣା କରାଯିବ।

Advertisment

ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ଦିନିକିଆ ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଜୁଲାଇ ୨୯ରୁ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ। ୨୯ରେ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ଅଗଷ୍ଟରେ ୧ ତାରିଖରେ ଦ୍ୱିତୀୟ, ୨ରେ ତୃତୀୟ, ୬ରେ ଚତୁର୍ଥ ଓ ୭ ତାରିଖରେ ପଞ୍ଚମ ମ୍ୟାଚ୍ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe