Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ଟିମ ଇଣ୍ଡିଆ! ସର୍ତ୍ତ ଲାଗୁ

ଆତଙ୍କବାଦ ପ୍ରସଙ୍ଗକୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲି ଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ହେଉ ନାହିଁ। ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

author-image
Hemant Lenka
Team India

Team India

ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ବିସିସିଆଇ ଟିମ ଇଣ୍ଡିଆକୁ ପଠାଇବ। ଯଦି କେନ୍ଦ୍ର ସରକାର ଗସ୍ତ ପାଇଁ ଅନୁମତି ଦିଅନ୍ତି, ତା’ହେଲେ ବିସିସିଆଇ ଏଦିଗରେ ପଦକ୍ଷେପ ଗ୍ରହଣ କରିବ।

Advertisment

ପାକିସ୍ତାନରେ ଆସନ୍ତା ବର୍ଷ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ। କିନ୍ତୁ ଭାରତୀୟ ଟିମ ଏଥିରେ ଭାଗ ନେବାକୁ ପାକିସ୍ତାନ ଯିବ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।

କାରଣ ୨୦୦୮ ଏସିଆ କପ ଠାରୁ ପାକିସ୍ତାନରେ ଭାରତୀୟ ଟିମ କୌଣସି ମ୍ୟାଚ୍ ଖେଳି ନାହିଁ। ସେହିପରି ୨୦୧୩ରୁ ପାକିସ୍ତାନ ଓ ଭାରତ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ହୋଇନାହିଁ।

Advertisment

ଆତଙ୍କବାଦ ପ୍ରସଙ୍ଗକୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲି ଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ହେଉ ନାହିଁ। ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

ଏସବୁ ଭିତରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ଉତ୍ତରରେ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା କହିଛନ୍ତି, “ଚାମ୍ପିୟନ୍ସ ଟ୍ରଫି କଥା ବିଚାରକୁ ନେଲେ ଆମେ ଭାରତ ସରକାର ଯାହା କହିବେ, ସେଇଆ କରିବୁ। ଭାରତ ସରକାର ଅନୁମତି ଦେବା ପରେ ହିଁ ଆମେ ଟିମକୁ ପାକିସ୍ତାନ ପଠାଇବୁ। ଏହାର ଅର୍ଥ ଭାରତ ସରକାର ନିର୍ଦ୍ଦେଶ ଅନୁସାରେ ଆମେ ପଦକ୍ଷେପ ନେବୁ।”

ଗତବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିଥିଲା। ବିସିସିଆଇ ଭାରତୀୟ ଟିମକୁ ପାକିସ୍ତାନକୁ ପଠାଇବାକୁ ମନା କରିବାକୁ ହାଇବ୍ରିଡ ଫର୍ମୁଲାରେ ଏସିଆ କପ ଖେଳା ଯାଇଥିଲା।

ଭାରତ ତା’ର ସବୁ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା। ବାକି ଦେଶଗୁଡ଼ିକ ପାକିସ୍ତାନରେ କିଛି ମ୍ୟାଚ ଖେଳିଥିଲେ। ଏବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ଅଧିକାର ପାଇଛି। ଯଦି ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବ, ତା’ହେଲେ ଆଇସିସି ହାଇବ୍ରିଡ ମଡେଲ ଆପଣାଇ ପାରେ।

Pakistan Indian Cricket Team Cricket Team India