Advertisment

‘୪୦ରେ ବହୁତ ଖୁସି, ୧୦୦ ପାଇଁ ...’

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପ୍ରଥମଥର ଟେଷ୍ଟ ମଇଦାନକୁ ଓହ୍ଲାଇବ। ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ୟାପଟେନ୍ ପଦ ଛାଡ଼ିବା ରୋହିତଙ୍କୁ ଏହି ବଡ଼ ଦାୟିତ୍ୱ ଦିଆଯାଇଛି। ତେବେ ରୋହିତଙ୍କ ଟେଷ୍ଟ କ୍ୟାରିୟର ଉତ୍ଥାନ ଓ ପତନ ରହିଆସିଛି। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିବା ରୋହିତ୍ ଏପର୍ଯ୍ୟନ୍ତ ମାତ୍ର ୪୩ ଟେଷ୍ଟ ଖେଳିଛନ୍ତି। ଗୋଟିଏ ପଟେ କୋହଲି […]

author-image
Ranjit Kumar Jena
‘୪୦ରେ ବହୁତ ଖୁସି, ୧୦୦ ପାଇଁ ...’

rohit-sharma

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପ୍ରଥମଥର ଟେଷ୍ଟ ମଇଦାନକୁ ଓହ୍ଲାଇବ। ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ୟାପଟେନ୍ ପଦ ଛାଡ଼ିବା ରୋହିତଙ୍କୁ ଏହି ବଡ଼ ଦାୟିତ୍ୱ ଦିଆଯାଇଛି। ତେବେ ରୋହିତଙ୍କ ଟେଷ୍ଟ କ୍ୟାରିୟର ଉତ୍ଥାନ ଓ ପତନ ରହିଆସିଛି। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିବା ରୋହିତ୍ ଏପର୍ଯ୍ୟନ୍ତ ମାତ୍ର ୪୩ ଟେଷ୍ଟ ଖେଳିଛନ୍ତି।

Advertisment

ଗୋଟିଏ ପଟେ କୋହଲି ଆସନ୍ତାକାଲି ନିଜର ୧୦୦ତମ ଟେଷ୍ଟ ଖେଳିବାକୁ ଥିବା ବେଳେ ରୋହିତ କମ୍ ସଂଖ୍ୟକ ଟେଷ୍ଟ ଖେଳିବା ନେଇ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରୋହିତ୍ କହିଛନ୍ତି, ମୁଁ ୪୦ ଟେଷ୍ଟ ଖେଳି ବହୁତ ଖୁସି। ଟେଷ୍ଟ କ୍ୟାରିୟରେ ମୁଁ ବହୁତ ଉତ୍ଥାନ-ପତନ ଦେଖିଆସିଛି ଏବଂ ଅନେକଥର ଆହତ ସମସ୍ୟାର ସାମ୍ନା କରିଛି। ତେଣୁ ନିଜ ପାଇଁ ମୁଁ କିଛି ବିଶେଷ ଟାଗେର୍ଟ ଧାର୍ଯ୍ୟ କରିନାହିଁ।

https://twitter.com/BCCI/status/1499368415286669313?s=20&t=f4B7Bj8YRhENjV175i8U0w

Advertisment

ରୋହିତ୍ ୨୦୧୯ ପରେ ୨୦୨୧ର ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଟିମକୁ କମବ୍ୟାକ୍ କରିଥିଲେ। ସେହି ସିରିଜରେ ସେ ଦମଦାର ପ୍ରଦର୍ଶନ କରିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ରୋହିତଙ୍କୁ ସୀମିତ ଓଭର କ୍ୟାପଟେନ୍ ସହ ଟେଷ୍ଟ ଟିମର ଭାଇସ୍-କ୍ୟାପଟେନ୍ କରାଯାଇଥିଲା। କିନ୍ତୁ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରିନଥିଲେ। ରୋହିତ୍ ଶର୍ମା ଭାରତ ପକ୍ଷରୁ ୪୩ ଟେଷ୍ଟ ଖେଳିଛନ୍ତି, ଯେଉଁଥିରୁ ସେ ୪୩ ଇନିଂସରେ ୩୦୪୭ ରନ୍ କରିଛନ୍ତି। ରୋହିତ୍ ଟେଷ୍ଟରେ ୮ ଶତକ ଓ ୧୪ ଅର୍ଦ୍ଧଶତକ ମାରିଛନ୍ତି।