Advertisment

‘ବାଜବଲ୍‌’କୁ ପଛରେ ପକାଇଲା ‘ଡ୍ରାବବଲ୍‌’! ଟେଷ୍ଟରେ ନୂଆ ରେକର୍ଡ କଲା ଭାରତ

ଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ ଧଳା ବଲ ଫର୍ମାଟକୁ ଚାଲି ଆସିଥିଲା। ଦଳ ମାତ୍ର ୨୪ ଓଭରରେ ୧୮୧ ରନ କରିବା ପରେ ପାଳି ଘୋଷଣା କରିଥିଲା। ଦଳ ୭.୫୪ ହାରରେ ରନ ସଂଗ୍ରହ କରିଛି। କୌଣସି ଦଳ ସର୍ବନିମ୍ନ ୨୦ ଓଭର ବ୍ୟାଟିଂ କରି ୭.୫୪ ହାରରେ ରନ ସଂଗ୍ରହ କରିବା ପ୍ରଥମ ଘଟଣା।

ଅଦ୍ୟତନ ହୋଇଛି
Team India

Team India

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ନୂଆ ରେକର୍ଡ କରିଛି। ଭାରତୀୟ ବ୍ୟାଟରମାନେ ଯେଉଁଭଳି ଆଟାକିଂ ବ୍ୟାଟିଂ କରିଛନ୍ତି, ତା’ହା ସମସ୍ତଙ୍କୁ ଚକିତ କରିଛି। ସର୍ବନିମ୍ନ ୨୦ ଓଭର କୌଣସି ଟେଷ୍ଟରେ ବ୍ୟାଟିଂ କରି ସର୍ବାଧିକ ହାର୍‌ରେ ରନ ସଂଗ୍ରହ କରିବାର ରେକର୍ଡ ଭାରତୀୟ ଟିମ ନାଁରେ ଯୋଡ଼ି ହୋଇଯାଇଛି।

Advertisment

ବ୍ରେଣ୍ଡନ ମ୍ୟାକକୁଲମ ଇଂଲଣ୍ଡର କୋଚ୍‌ ହେବା ପରେ ଦଳ ଟେଷ୍ଟ କ୍ରିକେଟର ଅର୍ଥକୁ ବଦଳାଇ ଦେଇଛି। ଦଳ ଟେଷ୍ଟରେ ଯେଉଁଭଳି ଆଟାକିଂ ବ୍ୟାଟିଂ କରୁଛି, ତା’କୁ ସମସ୍ତେ ବାଜ୍‌ବଲ୍‌ ନାଁରେ ସମ୍ବୋଧନ କରୁଛନ୍ତି। ହେଲେ ଏବେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌  ରାହୁଲ ଡ୍ରାବିଡ୍‌ ଇଂଲଣ୍ଡର ବାଜବଲ୍‌ ସ୍କୁଲ ଅଫ କ୍ରିକେଟକୁ ପଛରେ ପକାଇଛନ୍ତି। ଉଭୟ ମିଳିତ ଭାବେ ସମ୍ଭବତଃ ଡ୍ରାବବଲ୍‌ର ପରିଚୟ ସୃଷ୍ଟି କରିଛନ୍ତି। ବାଜବଲକୁ ଡ୍ରାବବଲ୍‌ ପଛରେ ପକାଇ ଦେଇଛି। 

ଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ ଧଳା ବଲ ଫର୍ମାଟକୁ ଚାଲି ଆସିଥିଲା। ଦଳ ମାତ୍ର ୨୪ ଓଭରରେ ୧୮୧ ରନ କରିବା ପରେ ପାଳି ଘୋଷଣା କରିଥିଲା। ଦଳ ୭.୫୪ ହାରରେ ରନ ସଂଗ୍ରହ କରିଛି। କୌଣସି ଦଳ ସର୍ବନିମ୍ନ ୨୦ ଓଭର ବ୍ୟାଟିଂ କରି ୭.୫୪ ହାରରେ ରନ ସଂଗ୍ରହ କରିବା ପ୍ରଥମ ଘଟଣା।

Advertisment

ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ରହିଥିଲା। ଦଳ ୨୦୧୭ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ୩୨ ଓଭରରେ ୨୪୧/୨ ରନ କରିଥିଲା। ଅଷ୍ଟ୍ରେଲିଆର ରନ ହାର ୭.୫୩ ରହିଥିଲା। ଭାରତ ଏବେ ୭.୫୪ ହାରରେ ରନ ସଂଗ୍ରହ କରି ଏହାକୁ ପଛରେ ପକାଇ ଦେଇଛି।

ଏହା ବ୍ୟତୀତ ଭାରତୀୟ ଟିମ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ କମ ବଲରେ ଶତକ ମଧ୍ୟ କରିଛି। ଅଧିନାୟକ ରୋହିତ ଓ ଯଶସ୍ୱୀ ଜୈସୱାଲ ପ୍ରଥମ ୱିକେଟ ପାଇଁ ମାତ୍ର ୭୧ ବଲରେ ୯୮ ରନ କରିଥିଲେ। ରୋହିତ ଏହି ସମୟରେ ଆଉଟ ହୋଇଯାଇଥିଲେ। ଭାରତର ଦଳୀୟ ସ୍କୋର ୭୪ ବଲରେ ୧୦୦ ଛୁଇଁଥିଲା।

ଏପରି କରି ଭାରତୀୟ ଟିମ୍‌ ୨୨ ବର୍ଷ ଧରି ଶ୍ରୀଲଙ୍କା ନାଁରେ ଥିବା ରେକର୍ଡକୁ ଭାଙ୍ଗିଛି। ଶ୍ରୀଲଙ୍କା ଟିମ ୨୦୦୧ରେ ବାଂଲାଦେଶ ବିପକ୍ଷ ଏସିଆନ ଟେଷ୍ଟ ଚାମ୍ପିୟନଶିପରେ ୮୦ ବଲର ସମ୍ମୁଖୀନ ହୋଇ ୧୦୦ ରନ କରିଥିଲା।

ଭାରତ ପାଇଁ ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ ପ୍ରମୋସନ ପାଇ ୪ନଂରେ ଆସିଥିବା ଈଶାନ କିଶନ ଆଟାକିଂ ଖେଳ ଖେଳିଥିଲେ।

ରୋହିତ ତାଙ୍କ ଟେଷ୍ଟ କ୍ୟାରିୟର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟି-୨୦ ଅବତାରକୁ ଆସି ମାତ୍ର ୩୫ ବଲରେ ୫୦ ରନ କରିଥିଲେ। ଈଶାନ ମଧ୍ୟ ୩୩ ବଲରେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ସେ ଭାରତର ଦ୍ୱିତୀୟ ୱିକେଟ କିପର ଭାବେ ଏପରି ସଫଳତା ପାଇଛନ୍ତି। ଭାରତ ପାଇଁ ଋଷଭ ପନ୍ତ ମାତ୍ର ୨୮ ବଲରେ ଅର୍ଦ୍ଧଶତକ ହାସଲ କରି ଏହି ତାଲିକାର ୧ନଂ ସ୍ଥାନରେ ଅଛନ୍ତି।

ପାଳି ଘୋଷଣା ବେଳେ ଈଶାନ ୩୪ ବଲରେ ୫୨ ରନ କରି ଅପରାଜିତ ରହିଥିଲେ। ୪ଟି ଚୌକା ଓ ୨ଟି ଛକା ବଳରେ ସେ ୧୫୨.୯୪ ଷ୍ଟ୍ରାଇକ ରେଟ୍‌ରେ ରନ ସଂଗ୍ରହ କରିଛନ୍ତି।

Indian Cricket Team Cricket INDvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe