Advertisment

ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପରେ ଗୁପ୍ତ ଫ୍ୟାଶନ ଶୋ’ କରିଥିଲା ଟିମ୍ ଇଣ୍ଡିଆ

ଚଳିତ ବିଶ୍ୱକପ୍ କ୍ରିକେଟ୍‌ର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଆସନ୍ତାକାଲି ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯିବ।

Rahul, Rohit and Kohli

Rahul, Rohit and Kohli

Advertisment

ବିଶ୍ୱକପ୍ କ୍ରିକେଟ୍‌ରେ ଗତ ମାସରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ଲିଗ୍‌ ମ୍ୟାଚ୍‌ରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ଏକ ଗୁପ୍ତ ଫ୍ୟାଶନ ଶୋ’ର ଆୟୋଜନ କରିଥିଲା। ଆଜି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମୁମ୍ବାଇରେ ପ୍ରି-ମ୍ୟାଚ୍ କନ୍‌ଫରେନ୍ସରେ ଏହି ବିଷୟରେ କହିଥିଲେ। ଦଳରେ ଏକ ଭଲ ବାତାବରଣ କେମିତି ବଜାୟ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏହି ଫ୍ୟାଶନ ଶୋ’ ବିଷୟରେ କହିଥିଲେ।

Advertisment

ରୋହିତ କହିଥିଲେ, ଟିମ୍‌ରେ ଭଲ ବାତାବରଣ ବଜାୟ ରହିବା ଏକ ସଚେତନ ପ୍ରୟାସ। ଆମେ ଏହାକୁ ତିଆରି କରିଛୁ। ଏହା ଜଣେ କିମ୍ବା ଦୁଇ ଜଣ ଖେଳାଳିଙ୍କୁ ନେଇ ସମ୍ଭବ ହୋଇନି। ଏଥିରେ ସମସ୍ତଙ୍କ ଯୋଗଦାନ ରହିଛି। ସପୋର୍ଟ ଷ୍ଟାଫ ବି ଏଥିରେ ସହଯୋଗ କରିଛନ୍ତି। ଏମିତିକି ଧର୍ମଶାଳାରେ ଆମେ ଏକ ଗୁପ୍ତ ଫ୍ୟାଶନ ଶୋ’ କରିଥିଲୁ। କିନ୍ତୁ କେହି ଏ ବିଷୟରେ ଜାଣିପାରି ନଥିଲେ।

ଆସନ୍ତାକାଲିର ମ୍ୟାଚ୍‌କୁ ନେଇ ଟିମ୍ ଇଣ୍ଡିଆ ଚାପରେ ରହିବ ବୋଲି କୁହାଯାଉଥିବା ବେଳେ ରୋହିତ କହିଛନ୍ତି, ୧୯୮୩ରେ ଯେତେବେଳେ ଦଳ ବିଶ୍ୱକପ୍ ଜିତିଥିଲା ସେତେବେଳେ ଆମେ କେହି ଜନ୍ମ ହୋଇ ନଥିଲୁ। ସେହିପରି ୨୦୧୧ରେ ଯେତେବେଳେ ଦଳ ପୁଣି ବିଶ୍ୱକପ ଜିତିଲା, ସେତେବେଳେ ଦଳରେ ଏବେ ସଦସ୍ୟ ଥିବା ଅଧା ଖେଳାଳି ଖେଳୁ ନଥିଲେ। ଆମେ ପୂର୍ବ ଦୁଇଟି ବିଶ୍ୱକପ୍‌ କେମିତି ଜିତିଥିଲୁ ସେ ବିଷୟରେ ଆମ ଦଳର ସଦସ୍ୟମାନେ ଆଲୋଚନା କରିବାର ମୁଁ ଦେଖି ନାହିଁ। ଆମର ଲକ୍ଷ୍ୟ କିପରି ଆମେ ଆହୁରି ଭଲ କରିପାରିବୁ ଓ ଆହୁରି ଉନ୍ନତି ଆଣିପାରିବୁ। ଏହା ହେଉଛି ବର୍ତ୍ତମାନର ଟିମ୍‌ର ଚିନ୍ତନ। ପ୍ରଥମ ମ୍ୟାଚ୍‌ରୁ ଆମର ଲକ୍ଷ୍ୟ ଥିଲା କେମିତି ଆଜି ଆମେ ଜିତିବୁ।

Advertisment

ଚଳିତ ବିଶ୍ୱକପ୍ କ୍ରିକେଟ୍‌ର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଆସନ୍ତାକାଲି ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯିବ। ଲିଗ୍ ପର୍ଯ୍ୟାୟରେ ଭାରତ ସମସ୍ତ ମ୍ୟାଚ୍ ଜିତିଛି। ମୋଟାମୋଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି। ଅଧିନାୟକ ରୋହିତ ଶର୍ମା ନିଜେ ଭଲ ଫର୍ମରେ ଅଛନ୍ତି। ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟ କୁମାର ଯାଦବ ବି ଭଲ ଖେଳୁଛନ୍ତି। ବୋଲିଂରେ ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ବଢ଼ିଆ କରୁଛନ୍ତି। ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଟିମ୍‌କୁ ଭଲ ସହାୟତା ଦେଇଛନ୍ତି। ତେଣୁ ଆଶା କରାଯାଉଛି କାଲିର ମ୍ୟାଚ୍‌ ଜିତି ଭାରତ ଫାଇନାଲରେ ପ୍ରବେଶ କରିବ।

ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe