Advertisment

ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା, ୭ ପଜିଟିଭ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଏବେ କରୋନା ଟେନସନ୍। ଭାରତୀୟ ଦଳର ୪ ପ୍ରମୁଖ ଖେଳାଳିଙ୍କୁ କରୋନା। ଶିଖର ଧୱନ୍, ରୁତୁରାଜ ଗାଏକଓ୍ୱାଡ, ଶ୍ରେୟାସ ଆୟର, ନବଦୀପ ସଇନିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହାସହ ୩ ସପୋର୍ଟ ଷ୍ଟାଫ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୪ ପଜିଟିଭ ଖେଳାଳି ଓ ଟିମ୍ ଷ୍ଟାଫଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି। ସମସ୍ତଙ୍କ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରଯାଉଛି। ଆଜି ପୁଣି ଥରେ କୋଭିଡ୍ ଟେଷ୍ଟ କରିବା ପରେ ପରବର୍ତ୍ତି ପଦକ୍ଷେପ […]

author-image
Madhupriya Mistry
ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା, ୭ ପଜିଟିଭ

cricket

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଏବେ କରୋନା ଟେନସନ୍। ଭାରତୀୟ ଦଳର ୪ ପ୍ରମୁଖ ଖେଳାଳିଙ୍କୁ କରୋନା। ଶିଖର ଧୱନ୍, ରୁତୁରାଜ ଗାଏକଓ୍ୱାଡ, ଶ୍ରେୟାସ ଆୟର, ନବଦୀପ ସଇନିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହାସହ ୩ ସପୋର୍ଟ ଷ୍ଟାଫ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୪ ପଜିଟିଭ ଖେଳାଳି ଓ ଟିମ୍ ଷ୍ଟାଫଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି। ସମସ୍ତଙ୍କ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରଯାଉଛି। ଆଜି ପୁଣି ଥରେ କୋଭିଡ୍ ଟେଷ୍ଟ କରିବା ପରେ ପରବର୍ତ୍ତି ପଦକ୍ଷେପ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ BCCI।

Advertisment

ଆସନ୍ତା ୬ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ। ହେଲେ ତାପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟ୍‌କା। ଧୱନ୍ କରୋନାରେ ଆକ୍ରାନ୍ତ ହେବା ପରେ ଟି୨୦ ସ୍କ୍ୱାଡ୍‌ରୁ ଭେଙ୍କେଟେଶ ଆୟାର ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି। ସେପଟେ କରୋନାରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ଆଗାମୀ ସରିଜ୍‌ ପାଇଁ ଭାରତର ‘ଓଡିଆଇ’ ସ୍କ୍ୱାଡ୍‌ରେ ମୟଙ୍କ୍‌ ଅଗ୍ରୱାଲ୍‌ଙ୍କୁ ସାମିଲ କରାଯାଇଛି।

ଭାରତୀୟ ଟିମ୍ ଅହମ୍ମଦାବାଦରେ ଗତ ୩୧ ତାରିଖରେ ପହଞ୍ଚିବା ଦକ୍ଷିଣ ଆଫ୍ରିକା ସିରିଜ୍‌ ଶେଷ କରି ଆସିଥିବା ଭାରତୀୟ ଖେଳାଳିମାନଙ୍କୁ ୩ ଦିନିଆ ଆଇସୋଲସନରେ ରଖାଯାଇଥିଲା। ପରେ ସମସ୍ତ ଖେଳାଳି ଓ ଟିମ୍ ମେମ୍ବରଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏଥିରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫେବ୍ରୁଆରି ୬ ତାରିଖରେ ଅହମଦାବାଦରେ ଆରମ୍ଭ ହେବାକୁ ଥିବା ଏହି ସିରିଜ୍‌ ହେବ ଭାରତର ୧୦୦୦ତମ ‘ଓଡିଆଇ’ ମ୍ୟାଚ୍‌।

Advertisment