Advertisment

୪୬ ରନ ଅଲଆଉଟ ପରେ ଭାରତ ନାଁରେ ଯୋଡ଼ି ହେଲା ଆଉ ଏକ ଲଜ୍ଜାଜନକ ରେକର୍ଡ

ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୩୧ ରନ କରିଛି। ଏବେ ବି ଦଳ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୧୨୫ ରନ ପଛରେ ରହିଛି।

author-image
Hemant Lenka
Team India

Team India

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୬ ରନରେ ଅଲଆଉଟ ହୋଇ ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଥିଲା। ଭାରତକୁ ଅଲଆଉଟ କରିବା ପରେ କ୍ୱିୱି ଟିମ ବେଙ୍ଗାଲୁରୁରେ ରନ ବର୍ଷା କରିଥିଲା।

Advertisment

ରଚିନ ରବୀନ୍ଦ୍ରଙ୍କ ୧୩୪ ରନ ଦମଦାର ଇନିଂସ ଖେଳିବାରୁ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୪୦୨ ରନ କରି ଅଲଆଉଟ ହୋଇଛି। ଏଥିସହ ପ୍ରଥମ ଇନିଂସରେ ବିଶାଳ ୩୫୬ ରନର ଲିଡ ହାସଲ କରି ନେଇଛି।

ତେବେ ଲିଡ୍‌ ୨୦୦ ରନ ଅତିକ୍ରମ କରିବା କ୍ଷଣି ଭାରତ ନାଁରେ ଆଉ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଥିଲା। ୨୦୧୨ ପରେରେ କୌଣସି ବିଦେଶୀ ଟିମ ଭାରତ ମାଟିରେ କେବେ ହେଲେ ୨୦୦ ରନର ଲିଡ ହାସଲ କରି ନଥିଲେ। ସେହିପରି ୨୦୦୯ ପରେ କେବେ ହେଲେ କୌଣସି ଭ୍ରମଣକାରୀ ଦଳ ୩୫୦ରୁ ଅଧିକ ଲିଡ୍‌ ପାଇ ନଥିଲେ। 

Advertisment

୨୦୧୨ରେ ଇଂଲଣ୍ଡ କୋଲକାତା ଟେଷ୍ଟରେ ୨୦୦ ରନର ଲିଡ୍‌ ହାସଲ କରିଥିବାରୁ ଭାରତକୁ ପରାସ୍ତ ହେବାକୁ ପଡ଼ିଥିଲା। ଶ୍ରୀଲଙ୍କା ୨୦୦୯ରେ ୩୩୪ ରନ ଲିଡ ହାସଲ କରିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ୩୫୬ ରନର ଲିଡ ପାଇଛି। 

ଭାରତର ଟେଷ୍ଟ ଇତିହାସରେ ୪ର୍ଥ ଥର ପାଇଁ କୌଣସି ଟିମ ଘରୋଇ ମାଟିରେ ପ୍ରଥମ ଇନିଂସରେ ୨୦୦ରୁ ଅଧିକ ରନ ଲିଡ କରପାରିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ୪୧୮ ରନ ଲିଡ କରି ଭାରତକୁ ହରାଇଥିଲା। ୨୦୦୯ରେ ଶ୍ରୀଲଙ୍କା ୩୩୪ ରନ ଲିଡ ପାଇଥିଲେ ହେଁ ମ୍ୟାଚ୍‌ ଡ୍ର ରହିଥିଲା। ୨୦୧୨ରେ ଇଂଲଣ୍ତ କୋଲକାତାରେ ୨୦୭ ରନ ଲିଡ ହାସଲ କରି ଭାରତକୁ ହରାଇଥିଲା।

ଏବେ ନ୍ୟୁଜିଲ୍ୟାଣ୍ଡ ୩୫୬ ରନର ଲିଡ ହାସଲ କରିଛି। ଏହି ମ୍ୟାଚ୍‌ର ରେଜଲ୍ଟ କେଉଁ ଆଡ଼େ ଯାଉଛି, ସେକଥା ଆସନ୍ତାକାଲି ଅର୍ଥାତ ୪ର୍ଥ ଦିନରେ ହିଁ ଜଣାପଡ଼ିଯିବ। କାରଣ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୩୧ ରନ କରିଛି। ଏବେ ବି ଦଳ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୧୨୫ ରନ ପଛରେ ରହିଛି।

Team India Test Cricket Test Match