Advertisment

ଲଣ୍ଡନରେ ତ୍ରିରଙ୍ଗା ଉଡ଼ାଇଲା ଟିମ୍ ଇଣ୍ଡିଆ

ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଦିବସର ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛି। ଟିମର ଉପସ୍ଥିତିରେ କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ ଏବଂ ପୂରା ଟିମ୍ ଏକା ସ୍ୱରରେ ଜାତୀୟ ସଂଗୀତ ଗାନ କରଥିଲେ। ଏହି ଖାସ୍ ମୁହୂର୍ତ୍ତର ଭିଡିଓକୁ ବିସିସିଆଇ ଟ୍ୱିଟରରେ ଶେଆର୍ କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କୋହଲି ପତାକା […]

ଲଣ୍ଡନରେ ତ୍ରିରଙ୍ଗା ଉଡ଼ାଇଲା ଟିମ୍ ଇଣ୍ଡିଆ

team-india

Advertisment

ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଦିବସର ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛି। ଟିମର ଉପସ୍ଥିତିରେ କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ ଏବଂ ପୂରା ଟିମ୍ ଏକା ସ୍ୱରରେ ଜାତୀୟ ସଂଗୀତ ଗାନ କରଥିଲେ। ଏହି ଖାସ୍ ମୁହୂର୍ତ୍ତର ଭିଡିଓକୁ ବିସିସିଆଇ ଟ୍ୱିଟରରେ ଶେଆର୍ କରିଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ କୋହଲି ପତାକା ଉତ୍ତୋଳନ କରୁଛନ୍ତି। ତାଙ୍କ ସହ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଛିଡ଼ା ହୋଇଛନ୍ତି। ୧ ମିନିଟ୍ ୪୦ ସେକେଣ୍ଡର ଏହି ଭିଡିଓକୁ ଖୁବ୍ ଲାଇକ୍ସ ଓ କମେଣ୍ଟ ମଧ୍ୟ ମିଳିଛି। ଟ୍ୱିଟରରେ ଏପର୍ଯ୍ୟନ୍ତ ଏହି ଭିଡିଓକୁ ୬୦ହଜାରରୁ ଅଧିକ ଲୋକେ ଦେଖି ସାରିଛନ୍ତି।

https://twitter.com/BCCI/status/1426845948634824706?s=20

ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳୁଛି। ନଟ୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର' ରହିଥିଲା। ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ରନ୍ କରି ଅଲଆଉଟ୍ ହୋଇଥିଲା। ଚତୁର୍ଥ ଦିବସରେ ଭାରତ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛି।

Advertisment

ତେବେ ଚତୁର୍ଥ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୫୬ ରନ୍ କରିଛି। ଚେତେଶ୍ୱର ପୂଜାରା ୩ ଓ ଅଜିଙ୍କ୍ୟ ରାହାଣେ ୧ ରନରେ ବ୍ୟାଟିଂ କରୁଛନ୍ତି। ଭାରତ ଏବେ ୨୯ ରନରେ ଆଗୁଆ ରହିଥିବା ବେଳେ ହାତରେ ୭ ୱିକେଟ୍ ବାକି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe