ଚାମ୍ପିଅନ୍ସଙ୍କ ଘର ବାହୁଡ଼ା। ସ୍ୱଦେଶ ଫେରିଛି ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଟିମ୍। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି। ଖେଳାଳିମାନେ ମଧ୍ୟ ଭାରତ ଫେରିବା ପରେ ରାସ୍ତା ଉପରେ ନାଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ସେଭେନ୍ ଲୋକକଲ୍ୟାଣ ମାର୍ଗ ବାସଭବନରେ ପହଞ୍ଚିଛି ଟିମ୍।
ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳିଙ୍କ ସହ ବ୍ରେକ୍ଫାଷ୍ଟ ମିଟ୍ କରିଛନ୍ତି। ୯୦ ମିନିଟ୍ ଯାଏ ଚାମ୍ପିଅନ୍ସମାନେ ମୋଦିଙ୍କ ବାସଭବନରେ ରହିଥିଲେ। ଏହାପରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରୁ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ତେବେ ଖେଳାଳିମାନଙ୍କ ସହ ମୋଦି କ'ଣ ଆଲୋଚନା କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।
#WATCH | Indian Cricket team leaves from 7, Lok Kalyan Marg after meeting Prime Minister Narendra Modi.
— ANI (@ANI) July 4, 2024
Team India arrived at Delhi airport today morning after winning the T20 World Cup in Barbados on 29th June. pic.twitter.com/YNss5I0tPX
ଏହା ପୂର୍ବରୁ ବିଶ୍ୱ ବିଜେତା ଟିମ୍ ପାଇଁ ହୋଟେଲରେ ସେଲିବ୍ରେସନ୍ କରାଯାଇଥିଲା। ହୋଟେଲ୍ ଆଇଟିସି ମୋର୍ଯ୍ୟରେ ଏକ ନିଆରା କେକ୍ କାଟିଥିଲେ ଖେଳାଳି। ନୀଳ ରଙ୍ଗର ଜର୍ସି ଓ ଚକୋଲେଟ୍ ଟ୍ରଫି ସହ ତିଆରି ହୋଇଥିଲା କେକ୍। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ହୋଟେଲ୍ ପରିସର।
ହୋଟେଲ୍ ଆଇଟିସି ମୋର୍ଯ୍ୟରେ ଖେଳାଳିଙ୍କୁ ରେଡ୍ କାର୍ପେଟରେ ଜୋରଦାର ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ସଂଧ୍ୟାରେ ମୁମ୍ବାଇ ଯିବ ଟିମ୍ ଇଣ୍ଡିଆ। ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ଏଥିଲାଗି ଦର୍ଶକଙ୍କ ପାଇଁ ଷ୍ଟାଡିୟମକୁ ଏଣ୍ଟ୍ରି ଫ୍ରି କରାଯାଇଛି। ଅର୍ଥାତ୍ ସେମାନେ ମାଗଣାରେ ଷ୍ଟାଡିୟମକୁ ଏଣ୍ଟ୍ରି କରିପାରିବେ।
#WATCH | Indian Captain Rohit Sharma cuts a cake at ITC Maurya in Delhi to celebrate the ICC T20 World Cup victory. pic.twitter.com/mTE6jCaTPR
— ANI (@ANI) July 4, 2024
ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ। ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ୩ ଦିନ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଫେରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।