Advertisment

କେକ୍‌ କାଟିଲେ, ମୋଦିଙ୍କୁ ଭେଟିଲେ

୯୦ ମିନିଟ୍‌ ଯାଏ ଚାମ୍ପିଅନ୍ସମାନେ ମୋଦିଙ୍କ ବାସଭବନରେ ରହିଥିଲେ। ଏହାପରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିଛନ୍ତି।

ଅଦ୍ୟତନ ହୋଇଛି
Team India meet Modi

Team India meet Modi

Advertisment

ଚାମ୍ପିଅନ୍ସଙ୍କ ଘର ବାହୁଡ଼ା। ସ୍ୱଦେଶ ଫେରିଛି ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଟିମ୍। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି। ଖେଳାଳିମାନେ ମଧ୍ୟ ଭାରତ ଫେରିବା ପରେ ରାସ୍ତା ଉପରେ ନାଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ସେଭେନ୍ ଲୋକକଲ୍ୟାଣ ମାର୍ଗ ବାସଭବନରେ ପହଞ୍ଚିଛି ଟିମ୍।

Advertisment

ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କ ସହ ବ୍ରେକ୍‌ଫାଷ୍ଟ ମିଟ୍‌ କରିଛନ୍ତି। ୯୦ ମିନିଟ୍‌ ଯାଏ ଚାମ୍ପିଅନ୍ସମାନେ ମୋଦିଙ୍କ ବାସଭବନରେ ରହିଥିଲେ। ଏହାପରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରୁ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ତେବେ ଖେଳାଳିମାନଙ୍କ ସହ ମୋଦି କ'ଣ ଆଲୋଚନା କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। 

Advertisment

ଏହା ପୂର୍ବରୁ ବିଶ୍ୱ ବିଜେତା ଟିମ୍ ପାଇଁ ହୋଟେଲରେ ସେଲିବ୍ରେସନ୍ କରାଯାଇଥିଲା। ହୋଟେଲ୍ ଆଇଟିସି ମୋର୍ଯ୍ୟରେ ଏକ ନିଆରା କେକ୍ କାଟିଥିଲେ ଖେଳାଳି। ନୀଳ ରଙ୍ଗର ଜର୍ସି ଓ ଚକୋଲେଟ୍‌ ଟ୍ରଫି ସହ ତିଆରି ହୋଇଥିଲା କେକ୍‌। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ହୋଟେଲ୍ ପରିସର।

ହୋଟେଲ୍ ଆଇଟିସି ମୋର୍ଯ୍ୟରେ ଖେଳାଳିଙ୍କୁ ରେଡ୍ କାର୍ପେଟରେ ଜୋରଦାର ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ସଂଧ୍ୟାରେ ମୁମ୍ବାଇ ଯିବ ଟିମ୍ ଇଣ୍ଡିଆ। ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ଏଥିଲାଗି ଦର୍ଶକଙ୍କ ପାଇଁ ଷ୍ଟାଡିୟମକୁ ଏଣ୍ଟ୍ରି ଫ୍ରି କରାଯାଇଛି। ଅର୍ଥାତ୍‌ ସେମାନେ ମାଗଣାରେ ଷ୍ଟାଡିୟମକୁ ଏଣ୍ଟ୍ରି କରିପାରିବେ। 

ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ। ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ୩ ଦିନ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଫେରିଛି।

Team India T20 World Cup 2024 India Cricketers To Meet Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe