Advertisment

ବାର୍ବାଡସରେ ଫସିଛି ଟିମ୍ ଇଣ୍ଡିଆ, ପୁଣି ବିଳମ୍ବ ହେଲା ଫେରିବା ସମୟ

ଜୁନ୍ ୨୯ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ସରିଥିଲେ ବି ବାର୍ବାଡସରୁ ଫେରି ପାରୁନାହାନ୍ତି ଭାରତୀୟ ଖେଳାଳି।

ଅଦ୍ୟତନ ହୋଇଛି
Indian Cricket Team

Indian Cricket Team

Advertisment

ବାର୍ବାଡସରୁ ଫେରି ପାରୁନାହାନ୍ତି ଭାରତୀୟ କ୍ରିକେଟ ଖେଳାଳି। ପୁଣି ଫେରିବା ସମୟ ବିଳମ୍ବ ହୋଇଛି। ପୂର୍ବ ରିପୋର୍ଟ ଅନୁସାରେ, ଆଜି ଟିମ୍ ଇଣ୍ଡିଆ ଏବଂ ସେମାନଙ୍କ ପରିବାର ଦିଲ୍ଲୀରେ ପହଞ୍ଚିବାର ଥିଲା। କିନ୍ତୁ ଆସନ୍ତାକାଲି ଆସିବେ ବୋଲି କୁହାଯାଉଛି।

Advertisment

ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଶେଷ ହୋଇଥିଲା। କିନ୍ତୁ ସେଠାରେ ଏକ ଘୂର୍ଣ୍ଣିଝଡ଼ ବେରିଲ୍ ସୃଷ୍ଟି ହେବା କାରଣରୁ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନଥିଲା। ଜୁଲାଇ ୧ରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିସିଆଇ ବାର୍ବାଡସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା।

କିନ୍ତୁ ପୁଣି ଥରେ ଏହି ଘୂର୍ଣ୍ଣିଝଡ଼ କାରଣରୁ ଉଡ଼ାଣ ସମୟ ବିଳମ୍ବ ହୋଇଥିବା କୁହାଯାଉଛି। ରିପୋର୍ଟ ଅନୁସାରେ ଟିମ୍ ଇଣ୍ଡିଆ ଆସନ୍ତାକାଲି ସକାଳ 6ଟାରେ ଦିଲ୍ଲୀରେ ପହଞ୍ଚିପାରେ। 

Advertisment

ପ୍ରକାଶ ଥାଉକି, ବାର୍ବାଡସରେ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ବିଜୟୀ ହୋଇଛି ଭାରତ। ଦୀର୍ଘ ୧୭ ବର୍ଷ ପରେ ଏହି ସୌଭାଗ୍ୟ ପାଇଛି ଟିମ୍ ଇଣ୍ଡିଆ। ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ ହୋଇଛି। ବିଜୟୀ ଟିମକୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ। 

Indian Cricket Team T20 World Cup Barbados
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe