Advertisment

କରୋନା ଭୟ ସତ୍ତ୍ୱେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍, ଋତୁରାଜ ଗାଏକ୍ୱାଡ ଓ ଶ୍ରେୟସ୍ ଆୟର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଖେଳାଳିଙ୍କୁ ଛାଡ଼ି ଭାରତୀୟ ଟିମର ବାକି ଖେଳାଳିମାନେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଟିମର ବାକି ଖେଳାଳିଙ୍କର ଆରଟିପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଛି। ମୟଙ୍କ ଅଗ୍ରୱାଲ୍ ଟିମରେ ଯୋଗ ଦେଇଛନ୍ତି କିନ୍ତୁ ସେ ମ୍ୟାଚ୍ ଦିନ ଉପଲବ୍ଧ ହେବ, […]

ଅଦ୍ୟତନ ହୋଇଛି
କରୋନା ଭୟ ସତ୍ତ୍ୱେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

rohit-and-virat

Advertisment

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍, ଋତୁରାଜ ଗାଏକ୍ୱାଡ ଓ ଶ୍ରେୟସ୍ ଆୟର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଖେଳାଳିଙ୍କୁ ଛାଡ଼ି ଭାରତୀୟ ଟିମର ବାକି ଖେଳାଳିମାନେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଟିମର ବାକି ଖେଳାଳିଙ୍କର ଆରଟିପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଛି। ମୟଙ୍କ ଅଗ୍ରୱାଲ୍ ଟିମରେ ଯୋଗ ଦେଇଛନ୍ତି କିନ୍ତୁ ସେ ମ୍ୟାଚ୍ ଦିନ ଉପଲବ୍ଧ ହେବ, କାରଣ ତାଙ୍କର ତିନିଦିନିଆ କ୍ୱାରେଣ୍ଟାଇନ୍ ଆରମ୍ଭ ହୋଇସାରିଛି। ଟିମ୍ ମ୍ୟାନେଜମେଣ୍ଟ ଈଶାନ୍ କିଶନଙ୍କୁ ଦିନିକିଆ ଟିମରେ ସାମିଲ୍ କରିଛି।

Advertisment

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ। ଆଜି ଅଭ୍ୟାସ ସେସନରେ ଖେଳାଳିଙ୍କ ସହ ଟ୍ରେନର୍ ମଧ୍ୟ ଥିଲେ। ସିରିଜ୍ ପାଇଁ ଈଶାନଙ୍କୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ସାମିଲ୍ କରାଯାଇଛି।

ବୁଧବାର ଭାରତୀୟ କ୍ରିକେଟ୍ ଟିମର ତିନି ପ୍ରମୁଖ ଖେଳାଳି ଧୱନ, ରିଜର୍ଭ ଓପନିଂ ବ୍ୟାଟର୍ ଗାଏକ୍ୱାଡ୍ ଓ ମଧ୍ୟକ୍ରମ ବ୍ୟାଟର୍ ଆୟର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ଆରମ୍ଭ ହେବା ପୂର୍ବରୁ କ୍ୱାରେଣ୍ଟାଇନ୍ ବେଳେ ବାଧ୍ୟତାମୂଳକ କୋଭିଡ୍-୧୦ ଟେଷ୍ଟରେ ପଜିଟିଭ୍ ଆସିଥିଲେ। ଏହାବ୍ୟତୀତ ଆଉ ଚାରିଜଣ ସଦସ୍ୟ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯେଉଁଥିରେ ନେଟ୍ ବୋଲର ନଭଦୀପ ସାଇନି ସାମିଲ୍ ଥିଲେ। ସାଇନି ଏବେ ଷ୍ଟାଣ୍ଡବାଇ ତାଲିକାରେ ଅଛନ୍ତି।

Advertisment

କରୋନାରେ ଆକ୍ରାନ୍ତ ହୋଇଥିବା ଅନ୍ୟ ତିନି ସଦସ୍ୟଙ୍କ ମଧ୍ୟରେ ଫିଲ୍ଡିଂ କୋଚ୍ ଟି. ଦିଲୀପ, ସୁରକ୍ଷା ସମ୍ପର୍କ ଅଧିକାରୀ ବି. ଲୋକେଶ ଓ ମାସିଉର୍ ରାଜୀବ କୁମାର। ଭାରତୀୟ ଟିମ୍ ଦିନିକିଆ ସିରିଜ୍ ପାଇଁ ଜାନୁଆରୀ ୩୧ ତାରିଖରେ ଅହମଦାବାଦରେ ପହଞ୍ଚିଥିଲା।

ଫେବୃଆରୀ ୬ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ଭାରତ ପାଇଁ ଐତିହାସିକ ହେବ। କାରଣ ଭାରତର ଏହା ୧୦୦୦ତମ ଦିନିକିଆ ହେବ। ଭାରତ ଦୁନିଆର ପ୍ରଥମ ଦଳ ଭାବେ ଏହି ମାଇଲଖୁଣ୍ଟ ହାସଲ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe