Advertisment

ବିସିସିଆଇର ବଡ଼ ଘୋଷଣା, ଘରୋଇ ସିଜନରେ ଭାରତ ଖେଳିବ ୨୧ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ ସିଜନର ଘୋଷଣା କରିଦେଇଛି। ଆଜି ଆପେକ୍ସ କାଉନସିଲ୍ ବୈଠକରେ ଏହି ଘୋଷଣା କରାଯାଇଛି। ଘରୋଇ ସିଜନରେ ଭାରତ ୪ ଟେଷ୍ଟ, ୩ ଦିନିକିଆ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିବ। ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ୍ ଖେଳିବେ। ସେହିପରି ଏପ୍ରିଲ୍ ମାସରେ ଭାରତୀୟ ଫ୍ୟାନଙ୍କୁ ଆଇପିଏଲର ଡୋଜ୍ ମଧ୍ୟ ମିଳିବ। ଭାରତର ଘରୋଇ […]

ଅଦ୍ୟତନ ହୋଇଛି
ବିସିସିଆଇର ବଡ଼ ଘୋଷଣା, ଘରୋଇ ସିଜନରେ ଭାରତ ଖେଳିବ ୨୧ ମ୍ୟାଚ୍

team-india

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ ସିଜନର ଘୋଷଣା କରିଦେଇଛି। ଆଜି ଆପେକ୍ସ କାଉନସିଲ୍ ବୈଠକରେ ଏହି ଘୋଷଣା କରାଯାଇଛି। ଘରୋଇ ସିଜନରେ ଭାରତ ୪ ଟେଷ୍ଟ, ୩ ଦିନିକିଆ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିବ। ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ୍ ଖେଳିବେ। ସେହିପରି ଏପ୍ରିଲ୍ ମାସରେ ଭାରତୀୟ ଫ୍ୟାନଙ୍କୁ ଆଇପିଏଲର ଡୋଜ୍ ମଧ୍ୟ ମିଳିବ।

Advertisment

ଭାରତର ଘରୋଇ ସିଜନର ଶୁଭାରମ୍ଭ ନଭେମ୍ବରରୁ ଆରମ୍ଭ ହେବ ଏବଂ ଏହା ଜୁନ୍ ୧୯ ତାରିଖ ଯାଏ ଚାଲିବ। ସର୍ବପ୍ରଥମେ କିୱି ଭାରତ ଗସ୍ତରେ ଆସିବ ଏବଂ ଶେଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଭାରତ ଗସ୍ତ କରିବ। ଟି-୨୦ ବିଶ୍ୱକପର ଠିକ୍ ତିନି ଦିନ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ। ତିନିମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୟପୁରରେ ନଭେମ୍ବର ୧୭ ତାରିଖରେ ଖେଳାଯିବ। ଏହା ପରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରାଞ୍ଚି ଏବଂ ତୃତୀୟ ଟି-୨୦ କୋଲକାତାରେ ଖେଳାଯିବ। ଟି-୨୦ ପରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୧୫ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇରେ ଆରମ୍ଭ ହେବ।

ଏହା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ଚାଲିଯିବ। ଆସନ୍ତା ବର୍ଷ ଫେବୃଆରୀରେ ପୁଣି ଘରୋଇ ସିଜନ୍ ଆରମ୍ଭ ହେବ। ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ୍ ଟିମ୍ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ଭାରତ ଆସିବ। ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ଅହମ୍ମଦାବାଦ, ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଫେବୃଆରୀ ୯ ଏବଂ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।

Advertisment

ଏହା ପରେ ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଉଭୟ ଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ମାର୍ଚ୍ଚ ୧ ତାରିଖ ଯାଏ ବେଙ୍ଗାଲୁରୁ ଏବଂ ଦ୍ୱିତୀୟ ଟେଷ୍ଟ ମୋହାଲିରେ ମାର୍ଚ୍ଚ ୫ରୁ ୯ ଯାଏ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୩ରେ ମୋହାଲି, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୧୫ରେ ଧର୍ମଶାଳା ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧୮ରେ ଲକ୍ଷ୍ନୌରେ ଖେଳାଯିବ।

ଶ୍ରୀଲଙ୍କା ଯିବା ପରେ ଭାରତରେ ଏପ୍ରିଲ ମାସରେ ଆଇପିଏଲର ୧୫ଶ ସଂସ୍କରଣ ଆରମ୍ଭ ହେବ। ଯେହେତୁ ଆଇପିଏଲର ଏହି ନୂଆ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ, ତେଣୁ ଟୁର୍ଣ୍ଣାମେଣ୍ଟ ଆହୁରି ଲମ୍ବା ହୋଇପାରେ। ଆଇପିଏଲ୍ ପରେ ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ଟିମ୍ ଗସ୍ତ ଗସ୍ତ କରି ଏଠାରେ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୯ ତାରିଖରେ ଚେନ୍ନାଇ, ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୨ରେ ବେଙ୍ଗାଲୁରୁ, ତୃତୀୟ ମ୍ୟାଚ୍ ଜୁନ୍ ୧୪ରେ ନାଗପୁର, ଚତୁର୍ଥ ମ୍ୟାଚ୍ ଜୁନ୍ ୧୭ରେ ରାଜକୋଟ ଏବଂ ପଞ୍ଚମ ମ୍ୟାଚ୍ ଜୁନ୍ ୧୯ ତାରିଖରେ ଦିଲ୍ଲୀରେ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe