Advertisment

ଚେପକରେ ଚମକିଲେ ଅଶ୍ୱିନ, ଅକ୍ଷର; ଇଂଲଣ୍ଡ ଚିତ୍‌ପଟାଙ୍ଗ୍

ଚେନ୍ନାଇ: ଜବରଦସ୍ତ ବଦ୍‌ଲା। ଯେଉଁଠି ହାରିଥିଲେ ସେଠାରେ ହରାଇଲେ। ପୁଣି ବଡ଼ ବ୍ୟବଧାନରେ। ଆଜି ଏମିତି ସଫଳତା ମିଳିଛି ଟିମ୍‌ ଇଣ୍ଡିଆକୁ। ଚେପକରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନ୍‌ରେ ହରାଇଛି ଦଳ। ୪୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ୩୧୭ ରନ୍‌ର ବଡ଼ ବ୍ୟବଧାନରେ ଭାରତ ବିଜୟୀ ହୋଇଛି। ଏହା ସହିତ ଚେପକ୍‌ରେ ପ୍ରଥମ ଟେଷ୍ଟର ପରାଜୟର ଜବରଦସ୍ତ ପ୍ରତିଶୋଧ ନେଇଛି ଦଳ। […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଚେପକରେ ଚମକିଲେ ଅଶ୍ୱିନ, ଅକ୍ଷର; ଇଂଲଣ୍ଡ ଚିତ୍‌ପଟାଙ୍ଗ୍

cricket

ଚେନ୍ନାଇ: ଜବରଦସ୍ତ ବଦ୍‌ଲା। ଯେଉଁଠି ହାରିଥିଲେ ସେଠାରେ ହରାଇଲେ। ପୁଣି ବଡ଼ ବ୍ୟବଧାନରେ। ଆଜି ଏମିତି ସଫଳତା ମିଳିଛି ଟିମ୍‌ ଇଣ୍ଡିଆକୁ। ଚେପକରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନ୍‌ରେ ହରାଇଛି ଦଳ।

Advertisment

୪୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ୩୧୭ ରନ୍‌ର ବଡ଼ ବ୍ୟବଧାନରେ ଭାରତ ବିଜୟୀ ହୋଇଛି। ଏହା ସହିତ ଚେପକ୍‌ରେ ପ୍ରଥମ ଟେଷ୍ଟର ପରାଜୟର ଜବରଦସ୍ତ ପ୍ରତିଶୋଧ ନେଇଛି ଦଳ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳ ଠାରୁ ୨୨୭ ରନ୍‌ରେ ହାରିଥିଲା।

ପ୍ରଥମ ଇନିଂସରେ ଭାରତ ରୋହିତ ଶର୍ମାଙ୍କ ୧୬୧ ରନ୍ ଫଳରେ ୩୨୯ ରନ୍ କରିଥିଲା। ସେହିପରି ଦ୍ୱିତୀୟ ଇନିଂସ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ୧୦୬ ରନ୍ ବଳରେ ୨୮୬ ରନ୍ କରିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ମାତ୍ର ୧୩୪ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସ୍‌ରେ ଦଳ ମାତ୍ର ୧୬୪ ରନ୍ କରିବାକୁ ସମର୍ଥ ହୋଇଥିଲା।

Advertisment

ଏହି ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଅଶ୍ୱିନଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି। ସେ ଦ୍ୱିତୀୟ ଇନିଂସରେ ୧୦୬ ରନ୍‌ କରିଥିଲେ। ସେହିପରି ଦୁଇଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ରୋହିତ ଶର୍ମା ଓ ଅକ୍ଷର ପଟେଲଙ୍କର ବି ଭଲ ଯୋଗଦାନ ରହିଥିଲା। ରୋହିତ ପ୍ରଥମ ଇନିଂସରେ ୧୬୧ ରନ୍‌ କରିଥିଲେ। ଡେବ୍ୟୁଟାଣ୍ଟ ଅକ୍ଷର ପଟେଲ ବି ବହୁତ ଭଲ ଖେଳିଥିଲେ। ସେ ଉଭୟ ଇନିଂସ୍‌ରେ ମିଶି ୭ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୫ଟି ୱିକେଟ୍ ହାସଲ କରିଥିଲେ।

୧୧୧ ରନ୍‌ରେ ପଡ଼ିଗଲା ୭ ୱିକେଟ୍‌

ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ଟି ୱିକେଟ୍ ହରାଇ ୫୩ ରନ୍ କରିଥିବା ବେଳେ ଆଜି ୧୧୧ ରନ୍ କରି ବାକି ସବୁ ୱିକେଟ୍ ହରାଇ ଦେଇଥିଲ।

ଗତକାଲି ରୋରୀ ବର୍ଣ୍ଣସ୍ ୨୫ ରନ୍‌, ଡମ୍ ସିବ୍‌ଲେ ୩ ଓ ଜ୍ୟାକ୍ ଲିଚ୍ ଶୁନରେ ଆଉଟ୍ ହୋଇଥିବା ବେଳେ ଡାନ୍ ଲରେନ୍ସ ଓ ଅଧିନାୟକ ଜୋ ରୁଟ୍ ଅପରାଜିତ ରହିଥିଲେ। ହେଲେ ଗତକାଲି ୧୯ ରନ୍ କରିଥିବା ଲରେନ୍ସ ଆଜି ଆଉ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ଅଶ୍ୱିନ୍‌ଙ୍କୁ ଟାର୍ଗେଟ୍‌ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେହି ଅଶ୍ୱିନଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ।

ପ୍ରଥମ ଟେଷ୍ଟରେ ଏକାଧିକ ରେକର୍ଡ ନିଜ ନାଁରେ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୯୨ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୩୩ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସ୍‌ରେ ବି ସେ ଫେଲ୍ ମାରିଥିଲେ। ମାତ୍ର ୬ କରିବାକୁ ସକ୍ଷମ ହୋଇଥିଲେ।

ଶେଷ ଆଡ଼କୁ ମୋଇନ ଅଲି ଭଲ ଖେଳିଥିଲେ। ସେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ୩ଟି ଚୌକା ଓ ୫ଟି ଛକା ରହିଥିଲା।

ସେହିପରି ବେନ୍ ଷ୍ଟୋକ୍ସ ୮ ରନ୍‌ କରି ଆଉଟ୍ ହୋଇଥିବା ବେଳେ ଓଲି ପୋପ୍ ୧୨, ବେନ୍ ଫୋକ୍ସ ୨ ରନ୍ କରିଥିଲେ। ଓଲି ଷ୍ଟୋନ୍ ଶୂନରେ ଆଉଟ୍ ହୋଇଥିବା ବେଳେ ୫ ରନ୍ କରି ଷ୍ଟୁଆର୍ଟ ବ୍ରୋଡ୍ ଅପରାଜିତ ରହିଥିଲେ।

୪ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜି ଏବେ ୧-୧ରେ ସ୍ଥିତିରେ ପହଞ୍ଚି ଯାଇଛି। ତୃତୀୟ ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ।

India Vs England