Advertisment

ବୁର୍ଜ ଖଲିଫାରେ ଝଲସିଲା ଟିମ୍ ଇଣ୍ଡିଆ ଜର୍ସି, ଦେଖନ୍ତୁ ଭିଡିଓ

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ନୂଆ ଜର୍ସି ବୁଧବାର ଉନ୍ମୋଚିତ ହୋଇଛି। ଏହି ଜର୍ସି ଟିମ୍ ଇଣ୍ଡିଆରେ ୟୁଏଇରେ ହେବାକୁଥିବା ଟି-୨୦ ବିଶ୍ୱକପରେ ପିନ୍ଧିବ। ଏହି ଜର୍ସିକୁ ଜୋରଦାର ସ୍ୱାଗତ କରାଯାଇଛି। ଦୁନିଆର ସବୁଠାରୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫାରେ ଟିମ୍ ଇଣ୍ଡିଆର ଜର୍ସି ପ୍ରଦର୍ଶିତ ହୋଇଛି। ବିସିସିଆଇ ଏହି ମୁହୂର୍ତ୍ତର ଭିଡିଓ ଶେଆର୍ କରିଛି, ଯେଉଁଥିରେ ଟିମ ଇଣ୍ଡିଆ ଖେଳାଳିଙ୍କ ଫଟୋ ଦେଖିବାକୁ ମିଳିଛି। ବୋର୍ଡ ଟ୍ୱିଟରରେ ବିରାଟ୍ କୋହଲି, ରୋହିତ୍ ଶର୍ମା, ଲୋକେଶ ରାହୁଲ, […]

ବୁର୍ଜ ଖଲିଫାରେ ଝଲସିଲା ଟିମ୍ ଇଣ୍ଡିଆ ଜର୍ସି, ଦେଖନ୍ତୁ ଭିଡିଓ

team-india

Advertisment

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ନୂଆ ଜର୍ସି ବୁଧବାର ଉନ୍ମୋଚିତ ହୋଇଛି। ଏହି ଜର୍ସି ଟିମ୍ ଇଣ୍ଡିଆରେ ୟୁଏଇରେ ହେବାକୁଥିବା ଟି-୨୦ ବିଶ୍ୱକପରେ ପିନ୍ଧିବ। ଏହି ଜର୍ସିକୁ ଜୋରଦାର ସ୍ୱାଗତ କରାଯାଇଛି। ଦୁନିଆର ସବୁଠାରୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫାରେ ଟିମ୍ ଇଣ୍ଡିଆର ଜର୍ସି ପ୍ରଦର୍ଶିତ ହୋଇଛି।

Advertisment

ବିସିସିଆଇ ଏହି ମୁହୂର୍ତ୍ତର ଭିଡିଓ ଶେଆର୍ କରିଛି, ଯେଉଁଥିରେ ଟିମ ଇଣ୍ଡିଆ ଖେଳାଳିଙ୍କ ଫଟୋ ଦେଖିବାକୁ ମିଳିଛି। ବୋର୍ଡ ଟ୍ୱିଟରରେ ବିରାଟ୍ କୋହଲି, ରୋହିତ୍ ଶର୍ମା, ଲୋକେଶ ରାହୁଲ, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରାଙ୍କ ଫଟୋ ଶେଆର୍ କରି ଲେଖିଛି, ‘ଜର୍ସିର ପାଟର୍ଣ୍ଣ ପ୍ରଶଂସକଙ୍କର କୋଟି କୋଟି ଚିୟର୍ ଦ୍ୱାରା ପ୍ରେରିତ।’

https://twitter.com/BCCI/status/1448556179571941377?s=20

ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ପ୍ରଥମ ରାଉଣ୍ଡରେ ୮ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ରହିଛନ୍ତି। ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍ର ଶୀର୍ଷ ଦୁଇ ଟିମ୍ ସୁପର୍-୧୨କୁ କ୍ୱାଲିଫାଏ କରିବେ।

Advertisment

ସୁପର୍-୧୨ର ମୁକାବିଲା ଗୁଡ଼ିକ ୟୁଏଇର ଆବୁଧାବି, ଦୁବାଇ ଓ ଶାରଜାରେ ଖେଳାଯିବ। ଏସବୁ ମ୍ୟାଚ୍ ଗୁଡ଼ିକ ଓମାନ୍ରେ ଅନୁଷ୍ଠିତ ହେବ। ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe