ହାରିଲା ଆଫଗାନିସ୍ତାନ, ଟିମ୍ ଇଣ୍ଡିଆର ଆଶା ଧୂଳିସାତ୍

ଆବୁ ଧାବି: ସବୁ ଆଶା ଶେଷ। ଆଫଗାନିସ୍ତାନର ପରାଜୟ ସହ ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମିଫାଇନାଲରେ ଆଶା ଧୂଳିସାତ୍ ହୋଇଯାଇଛି। ରବିବାର ଆଇସିସି ଟି-୨୦ ବିଶ୍ୱକପର ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ୍ କାଟିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଏହି ବିଜୟ ଭାରତର ବିଶ୍ୱକପ୍ ଅଭିଯାନରେ ବ୍ରେକ୍ ଲାଗିଛି। ଭାରତ ଏବେ ସମ୍ମାନ ରକ୍ଷା ପାଇଁ ଆସନ୍ତାକାଲି ନାମିବିଆକୁ ଭେଟିବ। ଅନ୍ୟପକ୍ଷରେ ଚଳିତ ଆଇସିସି ଟି-୨୦ […]

kane-williamson

Ranjit Kumar Jena
  • Published: Sunday, 07 November 2021
  • , Updated: 07 November 2021, 06:42 PM IST

ଆବୁ ଧାବି: ସବୁ ଆଶା ଶେଷ। ଆଫଗାନିସ୍ତାନର ପରାଜୟ ସହ ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମିଫାଇନାଲରେ ଆଶା ଧୂଳିସାତ୍ ହୋଇଯାଇଛି। ରବିବାର ଆଇସିସି ଟି-୨୦ ବିଶ୍ୱକପର ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ୍ କାଟିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଏହି ବିଜୟ ଭାରତର ବିଶ୍ୱକପ୍ ଅଭିଯାନରେ ବ୍ରେକ୍ ଲାଗିଛି। ଭାରତ ଏବେ ସମ୍ମାନ ରକ୍ଷା ପାଇଁ ଆସନ୍ତାକାଲି ନାମିବିଆକୁ ଭେଟିବ। ଅନ୍ୟପକ୍ଷରେ ଚଳିତ ଆଇସିସି ଟି-୨୦ ବିଶ୍ୱକପର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ସେମିଫାଇନାଲ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।

ଶେଖ ଜାୟଦ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୮.୧ ଓଭରରେ ୨ ୨ ୱିକେଟ ହରାଇ ଏହି ସହଜ ଲକ୍ଷ୍ୟକୁ ହାସଲ କରିନେଇଛି। ନ୍ୟୁଜିଲ୍ୟାଣ୍ଡ ପାଇଁ କ୍ୟାପଟେନ୍ କେନ୍ ୱିଲିୟମସନ୍ ସର୍ବାଧିକ ୪୦ (୪୨ ବଲ୍, ୩ ଚୌକା) ଓ ଡେଭନ୍ କନୱେ ୩୬ (୩୨ ବଲ୍,  ୪ ଚୌକା) ରନ୍ କରି ଅପରାଜିତ ଥିଲେ।

୧୨୫ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଭଲ ଷ୍ଟାର୍ଟ ମିଳିଥିଲା। ଓପ୍ନର ମାର୍ଟିନ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ୍ ପାଇଁ ୨୬ ରନ୍ ଯୋଡ଼ିଥିଲେ। ମିଚେଲ୍ ୧୭ ରନ୍ କରି ମୁଜୀବ-ଉର୍-ରେହମାନଙ୍କ ଶିକାର ହୋଇଥିଲେ। ଗପ୍ଟିଲ (୨୮) ଦ୍ରୁତ ରନ୍ କରିଥିଲେ ହେଁ ତାଙ୍କୁ ପ୍ୟାଭିଲିୟନ୍ ପଠାଇ ରାଶିଦ୍ ଖାନ୍ ଆଫଗାନିସ୍ତାନ ପାଇଁ ଆଶା ସଞ୍ଚାର କରିଥିଲେ। ତେବେ କ୍ୟାପଟେନ୍ ୱିଲିୟମସନ୍ ଓ କନୱେ ତୃତୀୟ ୱିକେଟ୍ ପାଇଁ ୬୮ ରନର ଭାଗିଦାରୀ କରି ନିଜ ଦଳକୁ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ରାଶିଦ୍ ଖାନ୍ ଓ ମୁଜୀବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ନାଜିବୁଲ୍ଲା ଜାଦରାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦମ୍ ଦେଖାଇ ପାରିନଥିଲେ। ଜାଦରାନ୍ ସର୍ବାଧିକ ୭୩ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଲବଦିନ ନଇବ ୧୫, କ୍ୟାପଟେନ୍ ମହମ୍ମଦ ନବି ୧୪, ରେହମାନୁଲ୍ଲା ଗୁରବାଜ ୬, ମହମ୍ମଦ ଶେହଜାଦ୍ ୪ ଓ ହଜରତୁଲ୍ଲା ଜଜଇ ୨ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଟିମ୍ ସାଉଦୀ ୨ଟି ୱିକେଟ୍ ନେଇଥିଲେ। ସେହିପରି ଆଡାମ ମିଲନେ, ଜେମ୍ସ ନିଶାମ ଓ ଈଶ ସୋଢୀ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Related story