Advertisment

ଜାତୀୟ ସିନିୟର ଟେନିସ ବଲ କ୍ରିକେଟ ଚାମ୍ପିୟନଶିପ: ୨୯ରେ ଓଡ଼ିଶା ଟିମର ଚୟନ

ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଓଡ଼ିଶା ଜାତୀୟ ସିନିୟର ଖେଳାଳିଙ୍କ (ମହିଳା ଓ ପୁରୁଷ ) ଚୟନ ପ୍ରକିୟା ଆସନ୍ତା ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
Senior Tennis Ball Cricket

Senior Tennis Ball Cricket

Advertisment

ଆସନ୍ତା ନଭେମ୍ବର ମାସ ୧୮ତାରିଖରୁ ୨୧ ଯାଏ ଚାଲିବ ୩୫ତମ ଜାତୀୟ ସିନିୟର ଟେନିସ ବଲ ଚାମ୍ପିୟନଶିପ। ଜମ୍ମୁ-କଶ୍ମୀରର ଶ୍ରୀନଗର ଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସବୁଥର ପରି ଏଥର ମଧ୍ୟ ଓଡ଼ିଶା ଏଥିରେ ଭାଗ ନେବ। ଏହାପୂର୍ବରୁ ଖେଳାଳି ଚୟନ ମଧ୍ୟ କରାଯିବ। 

Advertisment

ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଓଡ଼ିଶା ଜାତୀୟ ସିନିୟର ଖେଳାଳି (ମହିଳା ଓ ପୁରୁଷ ) ଚୟନ ପ୍ରକିୟା ଆସନ୍ତା ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ହେବ। ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏଲଏଲସିସି ଗ୍ରାଉଣ୍ଡରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ। 

ସକାଳ ୭ରୁ ଚୟନ ପ୍ରକ୍ରିୟା ଆରମ୍ଭ ହେଉଛି। ତେଣୁ ଜାତୀୟ ଦଳ ପାଇଁ ଖେଳିବାକୁ ଚାହୁଁଥିବା ଖେଳାଳିମାନେ ନିଜ ନିଜ ଆଧାର କାର୍ଡ ଧରି ଧାର୍ଯ୍ୟ ସମୟ ପୂର୍ବରୁ  ଆଇଆରସି ଭିଲେଜେ ର ଏଲଏଲସିସି ଗ୍ରାଉଣ୍ଡରେ ରିପୋର୍ଟିଂ କରିପାରିବେ। ପ୍ରଥମେ ପଞ୍ଜୀକରଣ କରାଯିବ ଓ ଏହାପରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ।

Advertisment

ଯଦି କେହି ଠିକଣା ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏନର ଯୁଗ୍ମ ସଚିବ ସୋମନାଥ ପରିଡ଼ା(ମୋବାଇଲ ନମ୍ବର-  7381071084)ଙ୍କ ସହ ଯୋଗାଯୋଗ କରିପାରିବେ। 

ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏସନକୁ ଯୁବ କ୍ରୀଡ଼ା ମନ୍ତ୍ରଣାଳୟ, ଓଡ଼ିଶା ଅଲମ୍ପିକ ଆସୋସିଏସନ ଓ କ୍ରୀଡ଼ା ଓ ଯୁବ ବ୍ୟାପାର ଦ୍ୱାରା ମାନ୍ୟତା ପ୍ରଦାନ କରିଛନ୍ତି। 

Odisha Cricket Tennis LLCC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe