Advertisment

‘ଚେନ୍ନାଇରେ ତିଆରି ହେବ ଧୋନିଙ୍କ ମନ୍ଦିର’

ସମ୍ଭବତଃ ଦଳର ଆଇକନିକ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ଏହା ଶେଷ ଆଇପିଏଲ ସିଜିନ। କାରଣ ୪୨ ବର୍ଷୀୟ ଥାଲା ପରବର୍ତ୍ତୀ ସିଜିନ ଖେଳିବେ କି ନାହିଁ, ସେକଥା ଜଣାପଡ଼ିନି।

MS Dhoni

MS Dhoni

Advertisment

ଆଇପିଏଲ ୨୦୨୪ ପ୍ଲେଅଫ ଖେଳିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି ଚେନ୍ନାଇ ସୁପର କିଙ୍ଗସ। ରବିବାର ଦଳ ଚେପକରେ ରାଜସ୍ଥାନକୁ ୫ ୱିକେଟରେ ହରାଇ ପରେ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚି ଯାଇଛି। ଚେପକରେ ଏହା ଚେନ୍ନାଇର ଶେଷ ଲିଗ ମ୍ୟାଚ୍ ଥିଲା।

Advertisment

ସେହିପରି ସମ୍ଭବତଃ ଦଳର ଆଇକନିକ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ଏହା ଶେଷ ଆଇପିଏଲ ସିଜିନ। କାରଣ ୪୨ ବର୍ଷୀୟ ଥାଲା ପରବର୍ତ୍ତୀ ସିଜିନ ଖେଳିବେ କି ନାହିଁ, ସେକଥା ଜଣାପଡ଼ିନି। ମ୍ୟାଚ ଜିତିବା ପରେ ଚେନ୍ନାଇ ମ୍ୟାନେଜମେଣ୍ଟ ପକ୍ଷରୁ ଖେଳାଳିଙ୍କୁ ପଦକ ଦିଆଯାଇଛି। କାରଣ ଚେପକରେ ଏହା ଚେନ୍ନାଇର ୫୦ତମ ବିଜୟ ଥିଲା। 

ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ୧୩ ମ୍ୟାଚ୍‌ରୁ ୧୪ ପଏଣ୍ଟ ସହ ପ୍ଲେଅଫର ଅତି ନିକଟରେ ପହଞ୍ଚି ଯାଇଛି। ଦଳ ୧୮ ତାରିଖରେ ଆରସିବି ବିପକ୍ଷରେ ନିଜର ଶେଷ ଲିଗ ମ୍ୟାଚ୍‌ ଖେଳିବ।

Advertisment

ରବିବାର ମ୍ୟାଚ୍‌ ପରେ ଚେପକର ଚେନ୍ନାଇ ଫ୍ୟାନ୍ସ ପୂରା ଭାବବିହ୍ୱଳ ହୋଇଯାଇଥିଲା। କାରଣ ସେମାନଙ୍କର ଅତିପ୍ରିୟ ‘ଥାଲା’ ଧୋନି ଓ ଟିମର ପୂର୍ବତନ ସଦସ୍ୟ ସୁରେଶ ରାଇନା ପଡ଼ିଆରେ ଏକାଠି ନଜର ଆସିଥିଲେ। ଧୋନି ଥାଲା ଓ ରାଇନା ଚିନ୍ନା ଥାଲା ଭାବେ ପରିଚିତ। ଚେପକରେ ଚେନ୍ନାଇ ରବିବାର ଶେଷ ଲିଗ ମ୍ୟାଚ୍‌ ଖେଳିଥିବା ବେଳେ ବିଜୟୀ ମଧ୍ୟ ହୋଇଥିଲା।

ଏହାପରେ ଷ୍ଟାଡିୟମ ଚାରିପାଖରେ ଖେଳାଳିମାନେ ବୁଲି ଫ୍ୟାନ୍ସଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଧୋନି ଓ ରାଇନା ଫ୍ୟାନ୍ସମାନଙ୍କୁ ଟେନିସ ବଲ ମାରି ଉପହାର ମଧ୍ୟ ଦେଇଥିଲେ।

ଫ୍ୟାନ୍ସମାନେ ଧୋନିଙ୍କୁ ଦେଖିବାକୁ ପୂରା ପାଗଳ ହୋଇ ଯାଇଥିବା ବେଳେ ଚେନ୍ନାଇର ପୂର୍ବତନ ବ୍ୟାଟର ଅମ୍ବାତି ରାୟୁଡୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଧୋନି ହେଉଛନ୍ତି ଚେନ୍ନାଇର ଭଗବାନ। ମୁଁ ନିଶ୍ଚିତ ଯେ ଆଗାମୀ ଭବିଷ୍ୟତରେ ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନିଙ୍କର ଗୋଟିଏ ମନ୍ଦିର ନିର୍ମାଣ କରାଯିବ।

ସେ ଏମିତି ଜଣେ ଖେଳାଳି ଯିଏ ଭାରତକୁ ଦୁଇ ଥର ବିଶ୍ୱକପ ଆଣି ଖୁସି ହେବାର ମଉକା ଦେଇଛନ୍ତି। ସେ ଚେନ୍ନାଇକୁ ଆଇପିଏଲ ଓ ଚାମ୍ପିୟନ୍ସ ଟାଇଟଲ ଜିତି ଅନେକ ଆନନ୍ଦ ଭେଟି ଦେଇଛନ୍ତି। ସେ ଏମିତି ଜଣେ ବ୍ୟକ୍ତି ଯିଏ ନିଜ ଖେଳାଳିଙ୍କ ଉପରେ ବିଶ୍ୱାସ ଦେଖାନ୍ତି। ସେ ସବୁବେଳେ ଟିମ, ଦେଶ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ସବୁ କିଛି କରିଛନ୍ତି।”

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୫ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୨ଥର ଚାମ୍ପିୟନ୍ସ ଲିଗ ଟି-୨୦ ଟ୍ରଫି ହାତେଇଛି। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିଲା।

IPL MS Dhoni CSK IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe