Advertisment

କରୋନାରେ ଆକ୍ରାନ୍ତ ଥିବା ସଚିନଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ?

ମୁମ୍ୱାଇ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡିସଚାର୍ଜ ହୋଇଛନ୍ତି। ଗତ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଘରକୁ ଫେରିବା ବେଳେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେନ୍ଦୁଲକର ଟ୍ୱିଟ କରି କହିଛନ୍ତି, ସେ ଏବେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଏବେ ସେ ବିଶ୍ରାମ ନେଉଛନ୍ତି। ପୂର୍ବ ଅପେକ୍ଷା ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ସେ […]

ଅଦ୍ୟତନ ହୋଇଛି
ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର ସଚିନ

Sachin

Advertisment

ମୁମ୍ୱାଇ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡିସଚାର୍ଜ ହୋଇଛନ୍ତି। ଗତ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଘରକୁ ଫେରିବା ବେଳେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ତେନ୍ଦୁଲକର ଟ୍ୱିଟ କରି କହିଛନ୍ତି, ସେ ଏବେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଏବେ ସେ ବିଶ୍ରାମ ନେଉଛନ୍ତି। ପୂର୍ବ ଅପେକ୍ଷା ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ଯେଉଁମାନେ ତାଙ୍କର ଚିକିତ୍ସା କରିଛନ୍ତି ସେମାନଙ୍କ ନିକଟରେ ସେ ସର୍ବଦା କୃତଜ୍ଞ ବୋଲି କହିଛନ୍ତି।

https://twitter.com/sachin_rt/status/1380135799765807107?s=20

ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ ହେବା ପରେ ଗତ ୨୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ୪୭ ବର୍ଷୀୟ ସଚିନ୍। ସଚିନଙ୍କ ବ୍ୟତୀତ ଏବେ ଇରଫାନ ପଠାନ, ୟୁସୁଫ ପଠାନ ଏବଂ ଏସ ବଦ୍ରିନାଥ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ୪୭ ବର୍ଷୀୟ ସଚିନ ତେନ୍ଦୁଲକର ନିକଟରେ ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜରେ ଅଂଶଗ୍ରହଣ କରିଥିଲେ।

Advertisment

୪୭ ବର୍ଷୀୟ ସଚିନ୍ ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ୧୫୯୨୧ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୧୮୪୨୬ ରନ୍ କରିଛି, ଯାହାକି କୌଣସି କ୍ରିକେଟରଙ୍କ ପକ୍ଷେ ଏହା ସର୍ବାଧିକ। ତେନ୍ଦୁଲକର ମଧ୍ୟ ଏକମାତ୍ର ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଛନ୍ତି।

Corona Sachin Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe