Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ଆତଙ୍କୀ ଭୟ, ଜାରି ହେଲା ହାଇଆଲର୍ଟ

ପାକିସ୍ତାନରେ ଏବେ ବିଭିନ୍ନ ଦେଶର ଲୋକ ରହିଛନ୍ତି। ସବୁଆଡ଼େ କ୍ରିକେଟର ଜ୍ୱର ଦେଖିବାକୁ ମିଳିଛି। ଏତିକି ବେଳେ ଆତଙ୍କବାଦୀମାନେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛନ୍ତି।

Terror

Terror

Advertisment

ପାକିସ୍ତାନ ଓ ୟୁଏଇରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଉପରେ ଆତଙ୍କବାଦୀଙ୍କ କଳାବାଦଲ ସୃଷ୍ଟି ହୋଇଛି। ଭାରତର ମ୍ୟାଚ୍‌ଗୁଡ଼ିକୁ ଛାଡ଼ି ଦେଲେ ଟୁର୍ଣ୍ଣାମେଣ୍ଟର ବାକି ସବୁ ଲଢ଼େଇ ପାକିସ୍ତାନରେ ଚାଲିଛି। ଏସବୁ ଭିତରେ ଆତଙ୍କବାଦୀମାନେ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ଭଣ୍ଡୁର କରିବାକୁ ଯୋଜନା କରୁଛନ୍ତି। ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ରହିଥିବାରୁ ବିଭିନ୍ନ ଦେଶର ନାଗରିକ ସେଠାକୁ ଯାଉଛନ୍ତି।

Advertisment

ପାକିସ୍ତାନରେ ଏବେ ବିଭିନ୍ନ ଦେଶର ଲୋକ ରହିଛନ୍ତି। ସବୁଆଡ଼େ କ୍ରିକେଟର ଜ୍ୱର ଦେଖିବାକୁ ମିଳିଛି। ଏତିକି ବେଳେ ଆତଙ୍କବାଦୀମାନେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ କରିପାରନ୍ତି। ସେମାନଙ୍କୁ ଅପହରଣ କରି ମୁଣ୍ଡ ଜାମିନ ମାଗି ପାରନ୍ତି। ଖୋଦ ପାକିସ୍ତାନର ଗୁଇନ୍ଦା ବିଭାଗ ଏପରି ସୂଚନା ହାସଲ କରିଛି। ଏକାଧିକ ଆତଙ୍କବାଦୀ ସଂଗଠନ କ୍ରିକେଟ ପ୍ରେମୀଙ୍କୁ ଅପହରଣ କରିବାର ଯୋଜନା କରୁଥିବାରୁ ପାକିସ୍ତାନ ଗୁଇନ୍ଦା ବିଭାଗ ହାଇ ଆଲର୍ଟ ଜାରି କରିଛି। ପାକିସ୍ତାନର ସୁରକ୍ଷାକର୍ମୀଙ୍କୁ ପୂରା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ଗୁଇନ୍ଦା ବିଭାଗର କହିବା କଥା ଯେ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି), ଆଇଏସଆଇଏସ ଓ ବାଲୋଚିସ୍ତାନ ଭିତ୍ତିକ ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଆଇସିସି ଚାମ୍ପିୟନ୍ସ ଟ୍ରଫିର ବିଦେଶୀ ଅତିଥିଙ୍କୁ ଟାର୍ଗେଟ କରିବାର ଆଶଙ୍କା ରହିଛି। ସେମାନେ କିଛି ବଦେଶୀ ଖେଳାଳିଙ୍କୁ ମଧ୍ୟ ଟାର୍ଗେଟ କରିପାରନ୍ତି। ଅପହରଣ ପରେ ଆତଙ୍କ ଖେଳାଇ ପୂରା ବିଶ୍ୱ ଉପରେ ଚାପ ପକାଇବା ଓ ଟଙ୍କା ଆଦାୟ କରିବା ପାଇଁ ସେମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

Advertisment

ଗୁଇନ୍ଦା ବିଭାଗର ଏପରି ସତର୍କ ସୂଚନା ପରେ ଆକ୍ଟିଭ ମୋଡକୁ ଆସିଛି ପାକିସ୍ତାନ ସୁରକ୍ଷା ବଳ। ଆତଙ୍କବାଦୀଙ୍କ ସବୁ ଯୋଜନାକୁ ଭଣ୍ଡୁର କରିବା ପାଇଁ ଉଚ୍ଚସ୍ତରୀୟ ପ୍ରୋଟେକସନ ଟିମକୁ ନିୟୋଜିତ କରାଯାଇଛି। ଏମାନଙ୍କ ମଧ୍ୟରେ ପାକିସ୍ତାନ ରେଞ୍ଜର୍ସ ଓ ସ୍ଥାନୀୟ ପୁଲିସ୍‌ ରହିଛନ୍ତି। ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଆସିଥିବା ଖେଳାଳି ଓ ସେମାନଙ୍କ ସହ ଆସିଥିବା କର୍ମଚାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପାକିସ୍ତାନ ଏପରି ବ୍ୟବସ୍ଥା କରିଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ବିଦେଶରୁ ଆସିଥିବା କ୍ରିକେଟ ପ୍ରେମୀ ରହୁଥିବା ସ୍ଥାନ ଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି।

ପାକିସ୍ତାନର କ୍ରିକେଟ ଦୁନିଆରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଏକ ଐତିହାସିକ ମାଇଲଖୁଣ୍ଟ। କାରଣ ୧୯୯୬ ପରେ ପାକିସ୍ତାନ କୌଣସି ଅଇସିସି ଇଭେଣ୍ଟର ଆୟୋଜନ କରୁଛି। ଚାମ୍ପିୟନ୍ସ ଟ୍ରଫିକୁ ସୁରକ୍ଷିତ ଭାବେ ଶେଷ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଠାରୁ ଆରମ୍ଭ କରି ସରକାର ପୂରା ଦମରେ ଲାଗି ପଡ଼ିଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଯେମିତି କୌଣସି ପ୍ରକାରର ବିଶୃଙ୍ଖଳା ନ ହେବ, ସେଥିପାଇଁ ସବୁ ପ୍ରକାରର ଧ୍ୟାନ ଦିଆଯାଉଛି। କିନ୍ତୁ ଏବେ ଆତଙ୍କୀ ଷଡ଼ଯନ୍ତ୍ର ନେଇ ସତର୍କ ସୂଚନା ଜାରି ହେବା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି।

ପାକିସ୍ତାନରେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ହମଲା ହେବାର ନଜିର ରହିଛି। ୨୦୨୪ରେ ସଙ୍ଘଲାରେ ଚାଇନିଜ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ହମଲା କରିଥିଲେ। ସେହିପରି ୨୦୦୯ରେ ପାକସ୍ତାନ ଖେଳିବାକୁ ଯାଉଥିବା ଶ୍ରୀଲଙ୍କାର ଜାତୀୟ ଟିମ ଉପରେ ଲାହୋରରେ ଏକାଧିକ ଆତଙ୍କବାଦୀ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀଲଙ୍କାର ଏକାଧିକ ଖେଳାଳି ଆହତ ବି ହୋଇଥିଲେ।

ଏଥିଯୋଗୁ ଦୀର୍ଘ ବର୍ଷ ଧରି ପାକିସ୍ତାନକୁ ବିଦେଶୀ ଖେଳାଳିମାନେ ଯାଉ ନଥିଲେ। ପାକିସ୍ତାନ ଏଥିଯୋଗୁ ବିଭିନ୍ନ ଦୁଇ ପାକ୍ଷିକ ସିରିଜ ଦୁବାଇରେ ଖେଳୁଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବା ପାକିସ୍ତାନ ଗ୍ୟାରେଣ୍ଟୀ ଦେବା ପରେ ଆଇସିସି ଦେଶକୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଅଧିକାର ଦେଇଛି। ପାକିସ୍ତାନ ମଧ୍ୟ ଏହାକୁ ଆୟୋଜନ କରୁଛି। କିନ୍ତୁ ଏବେ ଆତଙ୍କବାଦୀ ଭୟ ଟୁର୍ଣ୍ଣାମେଣ୍ଟ ଉପରେ ସୃଷ୍ଟି ହୋଇଛି।

Pakistan Terror Attack Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe