Advertisment

ପରାଜୟ ପରେ ମୋଦିଙ୍କ ଛାତିରେ ମୁଣ୍ଡ ରଖିଲେ ଶାମି

ପରାଜୟ ପରେ ଭାଙ୍ଗି ପଡ଼ିଥିବା ଭାରତୀୟ କ୍ରିକେଟରଙ୍କୁ ସାନ୍ତ୍ୱନା ଦେବାକୁ ରବିବାର ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ରବିବାର ରାତିରେ କୋଟି କୋଟି ଭାରତୀୟଙ୍କ ବିଶ୍ୱକପ ଜିତିବା ସ୍ୱପ୍ନ ଚୂରମାର ହୋଇଯାଇଛି। ଭାରତୀୟ ଟିମ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରିବା ପରେ ସମସ୍ତେ ନିରାଶ ହୋଇଛନ୍ତି। ଭାରତୀୟ ଟିମ ଚଳିତ ବିଶ୍ୱକପରେ କ୍ରମାଗତ ୧୦ ବିଜୟ ହାସଲ କରିଥିବା ବେଳେ ଫାଇନାଲରେ ହାରିବା ଖେଳାଳିଙ୍କୁ ମଧ୍ୟ ଶକ୍ତ ଝଟକା ସଦୃଶ ହୋଇଛି। ମ୍ୟାଚ୍‌ ହାରିବା ପରେ ପୂରା ଭାଙ୍ଗି ପଡ଼ିଥିବା ଟିମର ଏକାଧିକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ତେବେ ପରାଜୟ ପରେ ଭାଙ୍ଗି ପଡ଼ିଥିବା ଭାରତୀୟ କ୍ରିକେଟରଙ୍କୁ ସାନ୍ତ୍ୱନା ଦେବାକୁ ରବିବାର ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ମ୍ୟାଚ୍‌ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଭାରତ ହାରିଥିଲେ ମଧ୍ୟ ମୋଦି ଦଳର ସମର୍ଥନରେ ଟ୍ୱିଟ କରିଥିଲେ। ଏହାପରେ ସେ ଭାରତୀୟ ଟିମର ଡ୍ରେସିଂ ରୁମରେ ପହଞ୍ଚି ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଭେଟିଛନ୍ତି। ଏହି ଭେଟଘାଟ ବେଳର ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭେଟଘାଟ ବେଳେ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲ କରିଥିବା ମହମ୍ମଦ ଶାମି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ବେଶ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ସେ ମୋଦିଙ୍କ ଛାତି ମୁଣ୍ଡ ମଧ୍ୟ ରଖିଥିଲେ। ମୋଦି ତାଙ୍କ ପିଠି ଥାପୁଡ଼ାଇ ବୁଝାଉଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଏହି ଫଟୋକୁ ଆଜି ମହମ୍ମଦ ଶାମି ଟ୍ୱିଟ କରିଛନ୍ତି। ପରାଜୟ ପରେ ମୋଦି ସବୁ ଖେଳାଳିଙ୍କୁ ଭେଟି ମନୋବଳ ବୃଦ୍ଧି କରିଥିବାରୁ ଶାମି ତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି, “ଦୁର୍ଭାଗ୍ୟଶବତଃ ଗତକାଲି ଆମର ଦିନ ନଥିଲା। ପୂରା ଟୁର୍ଣ୍ଣାମଆଣ୍ଟରେ ଆମ ଟିମ ଓ ମୋତେ ସମର୍ଥନ କରିଥିବା ସବୁ ଭାରତୀୟଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ମୋଦି ଡ୍ରେସିଂ ରୁମକୁ ଆସିଥିଲେ ଓ ଆମ ମନୋବଳକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଉଛି। ଆମେ ବାଉନ୍ସ ବ୍ୟାକ କରିବୁ।”

ଚଳିତ ବିଶ୍ୱକପରେ ଶାମି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୭ ମ୍ୟାଚ୍‌ରେ ୨୪ ୱିକେଟ ଦଖଲ କରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

ଅନ୍ୟପକ୍ଷରେ ମୋଦି ଡ୍ରେସିଂ ରୁମକୁ ଯାଇ ଖେଳାଳିମାନଙ୍କୁ ଭେଟିଥିବା ବେଳର ଫଟୋକୁ ରବୀନ୍ଦ୍ର ଜାଡେଜା ମଧ୍ୟ ଟ୍ୱିଟ କରିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup CWC Final Mohammad Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe