ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍‌ କ୍ରିକେଟ, ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି ଦୁଇ ଦଳ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା। ଆସନ୍ତାକାଲି ଦୁଇ ଟିମ୍‌ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ। ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ […]

Cricket

Cricket

Manoranjan Sial
  • Published: Sunday, 25 September 2022
  • Updated: 25 September 2022, 06:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି ଦୁଇ ଦଳ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା।

ଆସନ୍ତାକାଲି ଦୁଇ ଟିମ୍‌ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ। ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ୍‌ ଓ୍ୱାଟସନଙ୍କ ପରି ଖେଳାଳି ଅଛନ୍ତି। ସେହିପରି ମନପଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୂରଲୀଧରନଙ୍କ ପରି ଖେଳାଳୀ ଅଛନ୍ତି। ଏହି କ୍ରିକେଟରଙ୍କ ଝଲକ ପାଇବାକୁ ରାସ୍ତା କଡ଼ରେ ଓ ହୋଟେଲ ସମ୍ମୁଖରେ ଫ୍ୟାନ ପ୍ରବଳ ଭିଡ଼ ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos