Advertisment

ଭାରତକୁ ୧୩୭ ରନରେ ଅଟକାଇଲା ଶ୍ରୀଲଙ୍କା

ଶୁବମନ ଗିଲଙ୍କ ୩୯, ରିୟାନପ ପରାଗଙ୍କ ୨୬ ଓ ୱାଶିଂଟନ ସୁନ୍ଦରଙ୍କ ୨୫ ରନ ବଳରେ ୯ ୱିକେଟ ହରାଇ ୧୩୭ କରିଛି।

ଅଦ୍ୟତନ ହୋଇଛି
Riyan

Riyan

Advertisment

ଆଗୁଆ ଟି-୨୦ ସିରିଜକୁ କବଜା କରି ସାରିଥିବା ଭାରତକୁ ଶେଷ ମ୍ୟାଚ୍‌ରେ ମାତ୍ର ୧୩୭ ରନରେ ଅଟକାଇ ଦେଇଛି ଘରୋଇ ଶ୍ରୀଲଙ୍କା। ତୃତୀୟ ଟି-୨୦ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ଶୁବମନ ଗିଲଙ୍କ ୩୯, ରିୟାନପ ପରାଗଙ୍କ ୨୬ ଓ ୱାଶିଂଟନ ସୁନ୍ଦରଙ୍କ ୨୫ ରନ ବଳରେ ୯ ୱିକେଟ ହରାଇ ୧୩୭ କରିଛି। ଫଳରେ ସାନ୍ତ୍ୱନାମୂଳକ ବିଜୟ ପାଇଁ ଶ୍ରୀଲଙ୍କାକୁ ୧୩୮ ରନର ଟାର୍ଗେଟ ମିଳିଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶସ୍ୱୀ ଜୈସୱାଲ ୧୦, ସଞ୍ଜୁ ସାମସନ ୦, ରିଙ୍କୁ ସିଂହ ୧, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୮ ଓ ଶିବମ ଦୁବେ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ। ଦଳ ୪୮ ରନରେ ୫ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଗିଲ ଓ ରିୟାନ ସ୍ଥିତି ସମ୍ଭାଳିଥିଲେ।

ଉଭୟଙ୍କ ବ୍ୟାଟରୁ କିଛି ବଡ଼ ଶଟ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ମିଶି ଭାରତର ସ୍କୋରକୁ ୧୦୦ ପାର କରାଇଥିଲେ। ତେବେ ଦଳୀୟ ସ୍କୋର ୧୦୨ ଥିବା ବେଳେ ବ୍ୟକ୍ତିଗତ ୩୯ ରନ କରି ୱାନିନ୍ଦୁ ହସରଙ୍ଗାଙ୍କ ବଲରେ ଗିଲ ପ୍ରଥମେ ଆଉଟ ହୋଇଯାଇଥିଲେ। ଆଉ ୩ ରନ ପରେ ରିୟାନ ମଧ୍ୟ ୨୬ ରନ କରି ହସରଙ୍ଗାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

Advertisment

ଲାଗୁଥିଲା ଭାରତ ୧୨୦ରୁ ଅଧିକ ରନ କରିପାରିବ ନାହିଁ। କିନ୍ତୁ ୱାଶିଂଟନ ସୁଦ୍ଧର କିଛି ବଡ଼ ଶଟ ଖେଳିଥିଲେ। ସେ ଦ୍ରୁତ ୨୫ ରନ କରିବାରୁ ଭାରତର ସ୍କୋର ୧୩୭ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

ତାଙ୍କୁ ଆଉଟ କରି ତିକଶାନା ଭାରତକୁ ୮ମ ଝଟକା ଦେଇଥିଲେ। ଶେଷ ବଲରେ ମହମ୍ମଦ ସିରାଜ ରନ ଆଉଟ ହୋଇଥିଲେ। ଶେଷ ଯାଏ ରବି ବିଷ୍ଣୋଇ ୮ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ତିକଶାନା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହସରଙ୍ଗା ୨ଟି, ଅସିତ ଫର୍ଣ୍ଣାଣ୍ଡୋ, ଚାମିନ୍ଦୁ ବିକ୍ରମାସିଂହେ ଓ ରମେଶ ମେଣ୍ଡିସ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

Ind Vs SL T20 Match T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe