Advertisment

ଠକେଇର ଶିକାର ହେଲେ କ୍ରିକେଟର୍‌ ଋଷଭ ପନ୍ତ

ଲଗ୍‌ଜୁରୀ ଲାଇଫ ବଞ୍ଚିବାର ସଉକ ରଖିଥିବା ପୂର୍ବତନ କ୍ରିକେଟର ମୃଣାଙ୍କ ସିଂହ ଅନେକ ବଡ ବଡ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କର ଏହି ଲିଷ୍ଟର ଭାରତୀୟ କ୍ରିକେଟର୍‌ ଋଷଭ ପନ୍ତ ନାଁ ମଧ୍ୟ ସାମିଲ ଅଛି।

author-image
Manoj Swain

କ୍ରିକେଟର୍‌ରୁ ସାଜିଲେ କନ୍‌ମ୍ୟାନ୍‌। ଲଗ୍‌ଜୁରୀ ଲାଇଫ ବଞ୍ଚିବା ପାଇଁ ଆପଣାଇଲେ ଠକେଇର ରାସ୍ତା। କୋଟି କୋଟି ଟଙ୍କାର କଲେ ଠକେଇ। ଶେଷରେ ବାନ୍ଧିଲା ପୁଲିସ। ମୁମ୍ବାଇର ତାଜ୍‌ ପାଲେସ୍‌ ସମେତ ଏକାଧିକ ବିଳାସମୟ ହୋଟେଲ୍‌ଗୁଡ଼ିକୁ ଠକିଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ ପୁଲିସ ଜଣେ ୨୫ ବର୍ଷିୟ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କୁ ଗିରଫ କରିଛି। ଲଗ୍‌ଜୁରୀ ଲାଇଫ ବଞ୍ଚିବାର ସଉକ ରଖିଥିବା ପୂର୍ବତନ କ୍ରିକେଟରଙ୍କ ନାମ ମୃଣାଙ୍କ ସିଂହ। ସେ ଅନେକ ବଡ ବଡ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କର ଏହି ଲିଷ୍ଟରେ ଭାରତୀୟ କ୍ରିକେଟର୍‌ ଋଷଭ ପନ୍ତଙ୍କ ନାଁ ମଧ୍ୟ ସାମିଲ ଅଛି।

Advertisment
Cricket Rishabh Pant