ଇତିହାସ ରଚିଲେ ଶ୍ରୀଲଙ୍କା କ୍ରିକେଟର୍ ପରେରା, ଓଭରରେ ମାରିଲେ ୬ ଛକା

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଟିମର ଅଲରାଉଣ୍ଡର ଥିସାରା ପରେରା ଗୋଟିଏ ଓଭରରେ ୬ ଛକା ମାରିବାର କୀର୍ତ୍ତିମାନ କରିଛନ୍ତି। କଲମ୍ବୋ ନିକଟରେ ଚାଲିଥିବା ଏକ ଘରାଇ ଟୁର୍ଣ୍ଣାମେଣ୍ଟରେ ପରେରା ଏହି ୬ ଛକା ମାରିଛନ୍ତି। ଏଥିସହ ପରେରା ପ୍ରଥମ ଶ୍ରୀଲଙ୍କା କ୍ରିକେଟର୍ ଭାବେ କୌଣସି ଫର୍ମାଟରେ ୬ ବଲରେ ୬ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ମେଜର କ୍ଲବ୍ ଲିମିଟେଡ୍ ଓଭର୍ ଲିଷ୍ଟ-ଏ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଆର୍ମି ପକ୍ଷରୁ ଖେଳୁଥିବା ପରେରା ବ୍ଲ୍ୟୁମଫିଲ୍ଡ […]

Thisaea-parrera

Ranjit Kumar Jena
  • Published: Monday, 29 March 2021
  • , Updated: 29 March 2021, 10:05 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଟିମର ଅଲରାଉଣ୍ଡର ଥିସାରା ପରେରା ଗୋଟିଏ ଓଭରରେ ୬ ଛକା ମାରିବାର କୀର୍ତ୍ତିମାନ କରିଛନ୍ତି। କଲମ୍ବୋ ନିକଟରେ ଚାଲିଥିବା ଏକ ଘରାଇ ଟୁର୍ଣ୍ଣାମେଣ୍ଟରେ ପରେରା ଏହି ୬ ଛକା ମାରିଛନ୍ତି। ଏଥିସହ ପରେରା ପ୍ରଥମ ଶ୍ରୀଲଙ୍କା କ୍ରିକେଟର୍ ଭାବେ କୌଣସି ଫର୍ମାଟରେ ୬ ବଲରେ ୬ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

ମେଜର କ୍ଲବ୍ ଲିମିଟେଡ୍ ଓଭର୍ ଲିଷ୍ଟ-ଏ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଆର୍ମି ପକ୍ଷରୁ ଖେଳୁଥିବା ପରେରା ବ୍ଲ୍ୟୁମଫିଲ୍ଡ କ୍ରିକେଟ୍ ଓ ଆଥଲେଟିକ୍ କ୍ଲବ୍ ବିପକ୍ଷରେ ମାତ୍ର ୧୩ ବଲରେ ୫୨ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ପରେରା ନିଜ ଇନିଂସରେ ୮ଟି ବିଶାଳ ଛକା ମାରିଛନ୍ତି। ଏହି ଅର୍ଦ୍ଧଶତକ ସହ ପରେରା ଶ୍ରୀଲଙ୍କା ପାଇଁ ଲିଷ୍ଟ-ଏ କ୍ରିକେଟରେ ଦ୍ରୁତ ଅର୍ଦ୍ଧଶତକ ହାସଲକାରୀ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର କୌଶଲ୍ୟ ବୀରରତ୍ନେ ୨୦୦୫ରେ ୧୨ ବଲରେ ଅର୍ଦ୍ଧଶତକ ମାରିଥିଲେ।

ଏହି ମ୍ୟାଚରେ ପରେରା ପ୍ରଥମ ତିନୋଟି ବଲରେ ଆଟାକ୍ କରିନଥିଲେ। କିନ୍ତୁ ପରବର୍ତ୍ତୀ ୧୦ ବଲରେ ୮ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। ପରରେ ଦିଲନ୍ କୋରେଙ୍କ ଗୋଟିଏ ଓଭରରେ ହିଁ ଏହି ୬ଟି ଛକା ମାରିଥିଲେ। ଦିଲନ ମ୍ୟାଚରେ ୪ ଓଭର ବୋଲିଂ କରି ୭୩ ରନ୍ ବ୍ୟୟ କରିଥିଲେ।

ପରେରା ଏବେ ଗାରଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ, ହର୍ସେଲ୍ ଗିବ୍ସ, ଯୁବରାଜ ସିଂହ, ରସ୍ ହ୍ୱାଇଟଲୀ, ହଜରତୁଲ୍ଲା ଜାଜାଇ, ଲିୟୋ କାର୍ଟର ଓ ନିକଟରେ କାଇରନ ପୋଲାର୍ଡଙ୍କ ପରେ ପେସାଦାର କ୍ରିକେଟର ଏହି ଉପଲବ୍ଧି ହାସଲ କରିବାରେ ଦୁନିଆର ନବମ କ୍ରିକେଟର୍ ହୋଇଛନ୍ତି।

Related story