Advertisment

ISISର ଧମକ, ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ହେବ ହମ୍‌ଲା

ଅସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ଜୁନ୍ ୯ ତାରିଖରେ ଆମେରିକାର ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।

author-image
Madhupriya Mistry
Terrorist Attack Threat

Terrorist Attack Threat

ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଉପରେ ହେବ ଆତଙ୍କୀ ହମ୍‌ଲା। ଖୁଲମ୍‌ଖୁଲା ଭାବେ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌। ଏହାକୁ ନେଇ ଏବେ ଚାରିଆଡେ ହାଇ ଆଲର୍ଟ ଜାରି କରାଯାଇଛି।

Advertisment

ଅସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ଏଥିରେ ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ବେଳେ ଆତଙ୍କବାଦୀ ହମ୍‌ଲା ହେବା ଆଶଙ୍କା ରହିଛି। ଏହି ମ୍ୟାଚ୍ ଜୁନ୍ ୯ରେ ନ୍ୟୁୟର୍କର ଲଙ୍ଗ ଦ୍ୱୀପରେ ଥିବା ନାସାଉ କାଉଣ୍ଟି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ହମ୍‌ଲା କରିବାକୁ ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌। ଏକ ଭିଡିଓ ମେସେଜ ଜରିଆରେ ମ୍ୟାଚ୍‌ ବେଳେ ଡ୍ରୋନ୍‌ ଜରିଆରେ ଆକ୍ରମଣ କରାଯିବ ବୋଲି ଆଇଏସ୍‌ଆଇଏସ୍ ଚେତାବନୀ ଜାରି କରିଛି। ଏହାକୁ ନେଇ ଏବେ ସୁରକ୍ଷା ଆଲର୍ଟ ଜାରି କରାଯାଇଛି।

ଦକ୍ଷିଣ ଏବଂ ମଧ୍ୟ ଏସିଆରେ ସକ୍ରିୟ ଥିବା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନର ଶାଖା ଆଇଏସ୍ଆଇଏସ୍‌-ଖୋରାସନ୍ ଏକ ଚାଟ୍ ଗ୍ରୁପରେ ପୋଷ୍ଟ କରିଥିବା ଭିଡିଓରେ ଏହି ଧମକ ଦିଆଯାଇଛି। ଏଥିସହ ବ୍ରିଟ୍‌ଶ୍‌ ଚାଟ୍‌ ସାଇଟ୍‌ରେ ଆଇଏସ୍‌ଆଇଏସ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ର ଏକ ଫଟୋ ପୋଷ୍ଟ କରିଛି। ଷ୍ଟାଡିୟମ ଉପରେ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ ୯/୦୬/୨୦୨୪ ମଧ୍ୟ ଲେଖା ଅଛି।

Advertisment

ଏହାକୁ ନେଇ ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ କହିଛନ୍ତି, ସୁରକ୍ଷା ବନ୍ଦୋବସ୍ତ ବଢ଼ାଇବା ପାଇଁ ନ୍ୟୁୟର୍କ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ମଧ୍ୟ ବଢ଼ାଯିବ। ଲୋକଙ୍କୁ ଏକ ମନିଟରିଂ ଏବଂ ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ ପ୍ରକ୍ରିୟା ଦେଇ ଯିବାକୁ ପଡିବ। ବର୍ତ୍ତମାନ ସମୟରେ କୌଣସି ସୁରକ୍ଷା ବିପଦ ନାହିଁ, କିନ୍ତୁ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଏପ୍ରିଲ ମାସରୁ ହିଁ ଏଭଳି ଧମକ ମଳିବା ଆରମ୍ଭ ହୋଇଯାଇଥିବା ସେ କହିଛନ୍ତି।

କହିରଖୁ ନ୍ୟୁୟର୍କର ଯେଉଁ ଷ୍ଟାଡିୟମ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ ତା'ର ୩୦ ହଜାର ଦର୍ଶକ ବସିବା କ୍ଷମତା ରହିଛି। ଜୁନ୍ ୧ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ସହିତ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌। ଟୁର୍ନାମେଣ୍ଟର ନିୟମିତ ମ୍ୟାଚ୍ ଜୁନ୍ ୩ରୁ ଖେଳାଯିବା।

T20 World Cup ISIS India-Pakistan Cricket Match Terrorist Attack Threat