କେକେଆର୍ ପରେ ଧୋନିଙ୍କ ଟିମର ତିନି ସଦସ୍ୟ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଆଜିର ଦିନ ବହୁତ ଖରାପ । ସକାଳେ ଖବର ଆସିଥିଲା ଯେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟିମର ଦୁଇ ଜଣ ଖେଳାଳି କୋଭିଡ୍‌-୧୯ ପଜିଟିଭ୍ ଆସିବା ପରେ ଆଜିର ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ଏବେ ଖବର ଆସିଛି ଯେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାମ୍ପରେ ମଧ୍ୟ କରୋନା ପ୍ରବେଶ କରିଛି । ଚେନ୍ନାଇର ତିନିଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କୌଣସି ଖେଳାଳିଙ୍କ […]

csk

csk

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 05:10 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଆଜିର ଦିନ ବହୁତ ଖରାପ । ସକାଳେ ଖବର ଆସିଥିଲା ଯେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟିମର ଦୁଇ ଜଣ ଖେଳାଳି କୋଭିଡ୍‌-୧୯ ପଜିଟିଭ୍ ଆସିବା ପରେ ଆଜିର ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ଏବେ ଖବର ଆସିଛି ଯେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାମ୍ପରେ ମଧ୍ୟ କରୋନା ପ୍ରବେଶ କରିଛି । ଚେନ୍ନାଇର ତିନିଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କୌଣସି ଖେଳାଳିଙ୍କ ନାଁ ନଥିବା ଜଣାପଡ଼ିଛି ।

ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ସିଏସକେର ସିଇଓ କାଶୀ ବିଶ୍ୱନାଥ, ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ଏବଂ ଜଣେ ବସ୍ କ୍ଲିନର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ତିନି ଜଣ ସଦସ୍ୟଙ୍କୁ ଆଇସୋଲେଟ୍ କରିଦିଆଯାଇଛି । ତେବେ କରୋନା ଆକ୍ରାନ୍ତ ଖବର ସାମ୍ନାକୁ ଆସିବା ପରେ ଟିମର ଖେଳାଳିମାନେ ନିଜ ନିଜର ପ୍ରାକ୍ଟିସ୍ ସେସନ୍ ବାତିଲ କରିଦେଇଛନ୍ତି । ଏତେ କଡ଼ାକଡ଼ି କୋଭିଡ୍‌-୧୯ ପ୍ରୋଟୋକଲ ସତ୍ତ୍ୱେ ଆଇପିଏଲରେ କୋଭିଡ୍‌-୧୯ର ଏଣ୍ଟ୍ରୀ ବିସିିସିଆଇର ହୋଶ ଉଡ଼ାଇ ଦେଇଛି ।

ଏହା ପୂର୍ବରୁ କେକେଆରର ଦୁଇ ଖେଳାଳି ଯଥା ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁକାରଣରୁ ଆଜି ସନ୍ଧ୍ୟାରେ କେକେଆର୍ ଓ ଆରସିବି ମଧ୍ୟରେ ହେବାକୁଥିବା ମ୍ୟାଚକୁ ବିସିସିଆଇ ସ୍ଥଗିତ କରିଦେଇଛି । ଏହି ମ୍ୟାଚରେ ଅନ୍ୟ ଦିନ ଆୟୋଜିତ ହେବ। ତେବେ ବିସିସିଆଇ ମ୍ୟାଚର ତାରିଖ ଘୋଷଣା କରିନାହିଁ ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲର ପାଖାପାଖି ଅଧା ମ୍ୟାଚ୍ ଶେଷ ହେବାକୁ ବସିଲାଣି । ଏହାରି ଭିତରେ କିଛି ଅଷ୍ଟ୍ରେଲିଆ ଖେଳାଳି ବିସିସିଆଇର ବାୟୋ ବବଲ୍ ନିୟମ କାରଣରୁ ଆଇପିଏଲ୍ ଛାଡ଼ି ସ୍ୱଦେଶ ଫେରିଯାଇଛି । ତେବେ ଏହି ପ୍ରଶ୍ନ ଉଠୁଛି ଯେ ବାୟୋ ବବଲ୍ ବାତାବରଣ ଭିତରେ ମଧ୍ୟ ଆଇପିଏଲରେ କରୋନା କିପରି ପ୍ରବେଶ କଲା, ତାହା ବଡ଼ ପ୍ରଶ୍ନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos