Advertisment

୧୭ରେ ଦ୍ୱିତୀୟ ଟେଷ୍ଟ, ଏବେଠୁ ସରିଗଲା ସବୁ ଟିକେଟ୍‌

ଅରୁଣ ଜେଟଲୀ ଷ୍ଟାଡିୟମର କ୍ଷମତା ହେଲେ ୪୦ ହଜାର। ଏହା ମଧ୍ୟରୁ ୨୪ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା।

author-image
Hemant Lenka
Delhi

Delhi

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଦୃଷ୍ଟିରୁ ଭାରତ ପାଇଁ ଏହି ସିରିଜ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଫାଇନାଲ ଟିକେଟ ପାଇଁ ଯେମିତି ହେଲେ ୩ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇ ଦେଇଥିଲେ। ଏବେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ ଖେଳାଯିବ।

Advertisment

ଏହି ମ୍ୟାଚ୍‌କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ୨୦୧୭ ଡିସେମ୍ବର ପରେ ଦିଲ୍ଲୀ ପ୍ରଥମଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଫ୍ୟାନ୍ସ ମଧ୍ୟ ମ୍ୟାଚ୍‌କୁ ଦେଖିବା ପାଇଁ ଆଗ୍ରହ ଦେଖାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ମ୍ୟାଚ୍‌ର ୩ ଦିନ ପୂର୍ବରୁ ଷ୍ଟାଡିୟମର ସବୁ ଟିକେଟ ବିକ୍ରି ହୋଇ ଯାଇଛି।

ଅରୁଣ ଜେଟଲୀ ଷ୍ଟାଡିୟମର କ୍ଷମତା ହେଲେ ୪୦ ହଜାର। ଏହା ମଧ୍ୟରୁ ୨୪ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା। ସେହିପରି ନିୟମ ଅନୁସାରେ ୮ ହଜାର ଟିକେଟ ଡିଡିସିଏ ସଦସ୍ୟଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ସାଧାଣତଃ ଟେଷ୍ଟ ମ୍ୟାଚ୍‌ ପାଇଁ ରାଜ୍ୟ କ୍ରିକେଟ ସଂଘର ସଦସ୍ୟଙ୍କୁ ଏପରି ଟିକେଟ ଦିଆଯାଏ।

Advertisment

ହେଲେ ଟେଷ୍ଟ ମ୍ୟାଚ୍‌ ପାଇଁ ସାଧାରଣ ଲୋକଙ୍କ ଏପରି ଆଗ୍ରହ କେବେ ବି ପୂର୍ବରୁ ଦେଖିବାକୁ ମିଳି ନଥିଲା। ଟିକେଟ ବିକ୍ରି କାଉଣ୍ଟର ଖୋଲିବାର କିଛି ସମୟ ମଧ୍ୟରେ ହିଁ ସମସ୍ତ ୨୪ ହଜାର ଟିକେଟ ଲୋକମାନେ କିଣି ନେଇଛନ୍ତି। ତେଣୁ ଦ୍ୱିତୀୟ ଟେଷ୍ଟରେ ଖଚାଖଚ ଭିଡ଼ ଦେଖିବାକୁ ମିଳିବ। ମୋଟ ୪୦ ହଜାର ସିଟ୍‌ରୁ ୨୪ ହଜାର ଟିକେଟ ବିକ୍ରି ହୋଇଛି ଓ ୮ ହଜାର ବଣ୍ଟା ଯାଇଛି। ବାକି ସିଟ୍‌ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ସଂରକ୍ଷିତ କରି ରଖାଯାଇଛି।

ଡିଡିସଏ ଯୁଗ୍ମ ସମ୍ପାଦକ ରଞ୍ଜନ ମନଚନ୍ଦା କହିଛନ୍ତି, “ଦୀର୍ଘ ସମୟ ପରେ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଯାଉଛଥିବାରୁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି। ତେଣୁ ସେମାନେ ତୁରନ୍ତ ଟିକେଟ ସବୁ କିଣି ନେଇଛନ୍ତି।”

ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ଏବେ ଦିଲ୍ଲୀରେ ମଧ୍ୟ ଦଳ ବିଜୟୀ ହୋଇ ଲିଡ୍‌କୁ ୨-୦ କରିବା ଲକ୍ଷ୍ୟରେ ଅଛି।

Indian Cricket Team India Vs Australia INDvsAUS World Test Championship Finale