Advertisment

ଅକ୍ଟୋବର ୨୩ରେ ଭାରତ-ପାକ୍‌ ମ୍ୟାଚ୍‌, ଦେଖୁ ଦେଖୁ ସରିଗଲା ସବୁ ଟିକେଟ

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି। ମ୍ୟାଚ୍‌ ପାଇଁ ମାସେରୁ ଅଧିକ ସମୟ ବାକି ଥିବା ବେଳେ ସବୁ ଟିକେଟ ବିକ୍ରି ହୋଇଯିବା ଫ୍ୟାନ୍ସଙ୍କ […]

ଅକ୍ଟୋବର ୨୩ରେ ଭାରତ-ପାକ୍‌ ମ୍ୟାଚ୍‌, ଦେଖୁ ଦେଖୁ ସରିଗଲା ସବୁ ଟିକେଟ

Rohit

Advertisment

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି। ମ୍ୟାଚ୍‌ ପାଇଁ ମାସେରୁ ଅଧିକ ସମୟ ବାକି ଥିବା ବେଳେ ସବୁ ଟିକେଟ ବିକ୍ରି ହୋଇଯିବା ଫ୍ୟାନ୍ସଙ୍କ ଉତ୍ସାହକୁ ଦର୍ଶାଉଛି।

Advertisment

ଆଇସିସି କହିଛି ଯେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କିଛି ମିନିଟ ମଧ୍ୟରେ ଶେଷ ହୋଇଯାଇଛି। ଫ୍ୟାନ୍ସଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଅତିରିକ୍ତ ଷ୍ଟାଣ୍ଡିଂ ରୁମ ଟିକେଟ ବ୍ୟବସ୍ଥା କରାଯାଇଥିଲେ। ସେଗୁଡ଼ିକ ମଧ୍ୟ ମାତ୍ର କିଛି ମିନିଟ ମଧ୍ୟରେ ସରି ଯାଇଛି।

ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୫ ଲକ୍ଷ ଟିକେଟ ବିକ୍ରି ସରିଲାଣି। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ ସମସ୍ତ ବୟସ ଓ ବର୍ଗର ଲୋକମାନଙ୍କୁ ସ୍ୱାଗତ କରୁଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାସେରୁ ଅଧିକ ସମୟ ଥିଲେ ମଧ୍ୟ ଏବେ ଠାରୁ ୫ ଲକ୍ଷ ଲୋକ ମ୍ୟାଚ୍‌ ଦେଖିବାକୁ ଟିକେଟ ବୁକ କରି ସାରିଥିବା ଆଇସିସି କହିଛି।

Advertisment

ଆଇସିସି ଆହୁରି କହିଛି ଯେ “ଏଯାଏ ୮୨ଟି ଦେଶର କ୍ରିକେଟ ପ୍ରେମୀମାନେ ଟିକେଟ କିଣି ସାରିଲେଣି। ସେମାନେ ୧୬ଟି ଅନ୍ତର୍ଜାତୀୟ ଟିମ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ। ୨୦୨୦ ମହିଳା ବିଶ୍ୱକପ ପରେ ପୂର୍ଣ୍ଣ କ୍ଷମତାର ଦର୍ଶକଙ୍କ ସହ ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ ହେବ। ମହିଳା ବିଶ୍ୱକପ ଫାଇନାଲରେ ୮୬,୧୭୪ ଜଣ ଦର୍ଶକ ମ୍ୟାଚ୍‌କୁ ଷ୍ଟାଡିୟମରେ ଉପଭୋଗ କରିଥିଲେ।

ଭାରତ-ପାକିସ୍ତାନ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅକ୍ଟୋବର ୨୩ରେ ମ୍ୟାଚ ଖେଳିବେ। ଏହି ମ୍ୟାଚ୍‌ ପାଇଁ ସବୁ ଟିକେଟ ବିକ୍ରି ଶେଷ ହୋଇଯାଇଛି। ବିଶ୍ୱକପ ସମୟରେ ଗୋଟିଏ ଅଫିସିଆଲ ରି-ସେଲ ପ୍ଲାଟଫର୍ମ ଖୋଲାଯିବ। ଏଠାରେ ଫ୍ୟାନମାନେ ଟିକେଟ ଏକ୍ସଚେଞ୍ଜ କରିପାରିବେ।

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜକ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ। ଏଠାରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ର ଟିକେଟ ମଧ୍ୟ ଶୀଘ୍ର ଶୀଘ୍ର ବିକ୍ରି ହେବାରେ ଲାଗିଛି। ଏବେ ମାତ୍ର ଆଉ କିଛି ସଂଖ୍ୟାରେ ଟିକେଟ ରହିଛି ବୋଲି ଆଇସିସି କହିଛି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଗ୍ରୁପ ପର୍ଯ୍ୟାୟରେ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇଥିଲା। ହେଲେ ପାକିସ୍ତାନ ସୁପର ୪ରେ ଭାରତକୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଥିଲା। ଏବେ ପୁଣିଥରେ ଦୁଇ ଦେଶ ଅକ୍ଟୋବର ୨୩ ବିଶ୍ୱକପରେ ମୁହାଁମୁହିଁ ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe